ରକ୍ତ ପାଇଁ ମୃତ୍ୟୁ, ୩ ଲକ୍ଷ ତଣ୍ଡ
ଭୁବନେଶ୍ୱର: ଭୁଲ ରକ୍ତ ପାଇଁ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମାନବାଧିକାର କମିଶନ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତ ମହିଳାଙ୍କ ସ୍ୱାମୀଙ୍କୁ ୨ ମାସ ମଧ୍ୟରେ ଉକ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମାନବାଧିକାର କମିଶନ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ ମସିହାରେ କେନ୍ଦୁଝର ସଦର ହସ୍ପିଟାଲରେ ଭୁଲ ରକ୍ତ ନେଇ ସୁକାନ୍ତି ନାୟକ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ମାନବାଧିକାର କମିଶନ ନିଜ ପକ୍ଷରୁ ମାମଲା କରିଥିଲେ ।


