ରଣବୀର ସିଂଙ୍କୁ ଦେଖି କାନ୍ଦିଲେ ଶିଶୁ

ବଲିଉଡ୍ ଅଭିନେତା ରଣବୀର ସିଂ ସର୍ବଦା ନିଜ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ଥାନ୍ତି । ସେ ଫ୍ୟାଶନ ଶୋ’ ହେଉ କିମ୍ବା ରେଡ୍ କାର୍ପେଟ୍ ତାଙ୍କୁ ସବୁବେଳେ ରଙ୍ଗବେରଙ୍ଗର ଡ୍ରେସ୍ ପରିଧାନ କରିଥିବାର ଦେଖାଯାଏ । ନିକଟରେ ରଣବୀର୍ ନିଜ ଆଗାମୀ ଫିଲ୍ମ “୮୩’ର ରେକର୍ଡିଂ ଶେଷ କରି ଷ୍ଟୁଡିଓ ବାହାରକୁ ଆସୁଥିବାବେଳେ ତାଙ୍କୁ ଏକ କୁନି ଝିଅ ଦେଖି କାନ୍ଦିବାକୁ ଆରମ୍ଭ କରିଥିଲା । ଝିଅଟିର ପିତା ରଣବୀରଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିବାବେଳେ ଝିଅଟି ଖୁବ୍ ଜୋରରେ କାନ୍ଦିଥିଲା । ଏହା ଦେଖି ରଣବୀର ତାଙ୍କ ନିକଟକୁ ଆସିବାରୁ ସେ ତାଙ୍କୁ ଭୟରେ ଚାହିଁ ନ ଥିଲେ । ରଣବୀର ଏବେ ଫିଲ୍ମ “୮୩’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି ମହାନ କ୍ରିକେଟର କପିଳ ଦେବଙ୍କ ଉପରେ ଆଧାରିତ ହୋଇଛି । ଫିଲ୍ମରେ ରଣବୀରଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ