ଏମ୍ପି ହେବା ପରେ ନୁସରତଙ୍କ ପୂଜା ଲୁକ୍

ସମଗ୍ର ଦେଶରେ ଏବେ ଦୁର୍ଗାପୂଜାର ମାହୋଲ । ଖାସ୍କରି ପ୍ରିୟ ଅଭିନେତ୍ରୀଙ୍କ ପୂଜା ଲୁକ୍ ଦେଖିବା ପାଇଁ ପ୍ରଶଂସକମାନେ ବି ଚାହିଁବସିଛନ୍ତି । ଏଥିପାଇଁ ନିଜକୁ ପ୍ରସ୍ତୁତ କରିସାରିଲେଣି ଏମ୍ପିି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ । ପ୍ରଶଂସକମାନଙ୍କୁ ଜଣାଇବା ପାଇଁ ସୋସିଆଲ ମିଡିଆରେ ସେ ଗୋଟିଏ ପରେ ଗୋଟିଏ ଫଟୋ ପୋଷ୍ଟ କରି ଚାଲିଛନ୍ତି । ଫଟୋଗୁଡ଼ିକରେ ନୁସରତ୍ ଏକ ପିଙ୍କ୍(ଗୋଲାପି) ଏବଂ ଅରେଞ୍ଜ(ନାରଙ୍ଗୀ) ରଙ୍ଗର ଡ୍ରେସ୍ ପିନ୍ଧି ଖୁବ୍ ଆକର୍ଷଣୀୟା ଦେଖାଯାଉଛନ୍ତି । ଏହି ଫଟୋଟି ୪ର୍ଥୀ ତିଥିରେ ପୋଷ୍ଟ କରି କ୍ୟାପଶନ ଲେଖିଛନ୍ତି, “ଆଜି ଧଳା ରଙ୍ଗ’ ମା’ଙ୍କ ଚତୁର୍ଥୀ ପୂଜା । ଫଟୋଟିକୁ ନୁସରତ ତାଙ୍କ ସ୍ୱାମୀଙ୍କୁ ଶେୟାର ବି କରିଛନ୍ତି । ସେହିଭଳି ପଞ୍ଚମୀ ଅବସରରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, “ପୂଜା ଅଭିନନ୍ଦନ, ଆଜି ଶୁଭ ପଞ୍ଚମୀ ତିଥି । ସେହିପରି କରିସ୍ମା କପୁର ପୂଜା ଛୁଟି କଟାଇବାକୁ କଲିକତାରେ ପହଞ୍ଚିଛନ୍ତି । କରିସ୍ମା ଏକ ଧଳାରଙ୍ଗର ଅନାରକଲି ଡ୍ରେସ୍ ପିନ୍ଧିଥିବାବେଳେ ପର୍ପଲ କଲରର ଓଢ଼ଣୀ ପକାଇଛନ୍ତି । ଏହା ସହିତ ମ୍ୟାଚିଂ ଜୁଏଲାରୀ ପିନ୍ଧି କରିସ୍ମା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ