ରମ୍ଭା ପୋଲିସ ତରଫରୁ ଚଢ଼ାଉ
ଗଂଜାମ, (ବିନୋଦ ପଲାଇ) : ରମ୍ଭା ପୋଲିସ ପକ୍ଷରୁ ପୃଥକ ପୃଥକ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋର ବ୍ୟବସାୟୀଙ୍କ ଠାରୁ ୨୦୯.୫୦୦ ଲିଟର ମଦ ଜବତ କରାଯିବା ସହ ଚାରି ଜଣଙ୍କୁ ଗିରିଫ କରାଯାଇଛି । ରମ୍ଭା ଆଇଆଇସି ଦୀପ୍ତିରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଗଂଜାମ ବ୍ଲକର ଖଣ୍ଡିଦେଉଳି ଗ୍ରାମର ପବିତ୍ର ସାହୁ(୪୨) ଠାରୁ ମଦ ବିକ୍ରି କରୁଥିବା ବେଳେ ଚଢ଼ାଉ କରି ୫୨.୩୦୦ ଲିଟର ଜବତ କରି କେଶ୍ ନଂ- ୪୯୬/୨୧ ମାମଲା ରୁଜ୍ଜୁ କରି ଗିରଫ କରିଛନ୍ତି । ସେହି ଗ୍ରାମର କୈଳାଶ ଚନ୍ଦ୍ର ସାହୁ(୪୧)ଙ୍କ ନିକଟରୁ ୫୦.୧୦୦ ଲିଟର ମଦ ଜବତ କରି ୪୯୭/୨୧ ମାମଲା ରୁଜ୍ଜୁ କରି ବ୍ ଗିରଫ କରିଛି ରମ୍ଭା ପୋଲିସ । ସେହିପରି ଆର.ବାହାଡ଼ାପଲ୍ଲୀ ଗ୍ରାମର ସୁଦର୍ଶନ ପ୍ରଧାନ(୪୧) ସାବୁଳିଆ ରେଲୱେ ଗେଟ ନିକଟରେ ମଦ ବିକ୍ରି କରୁଥିବା ଚଢ଼ାଉ କରି ୫୮.୪୦୦ ଲିଟର ମଦ ଜବତ କେଶ୍ ନଂ- ୪୯୮/୨୧ ମାମଲା ରୁଜ୍ଜୁ କରିବା ସହ ଗିରଫ କରିଛି । ଉକ୍ତ ଗ୍ରାମର ରଘୁନାଥ ପ୍ରଧାନ (୪୨) ନିଜ ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ୱରେ ମଦ ବିକ୍ରି କରୁଥିବା ବେଳେ ଖବର ପାଇ ଚଢ଼ାଉ କରି ୪୮.୭୦୦ ଲିଟର ମଦ ଜବତ କରିବା ସହ ୪୯୯/୨୧ ମାମଲା ରୁଜ୍ଜୁ କରି ଗିରିଫ ରମ୍ଭା ପୋଲିସ ।