ରାଇରଙ୍ଗପୁର ଠାରେ ଉପଖଣ୍ଡସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଆଜି ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ଠାରେ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଉପଖଣ୍ଡ ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ -୨୦୨୨ ବର୍ଣ୍ଣlଢ୍ୟ ପରିବେଶ ମଧ୍ୟରେ କୋଭିଡ-୧୯ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଆଡମ୍ବର ସହିତ ସୀମିତ ସଂଖ୍ୟକ ଅତିଥି ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇ ଯାଇଛି. ଏହି ଅବସରରେ ଉପଖଣ୍ଡ ସ୍ତରୀୟ ଅନୁଷ୍ଠାନିକ ଉତ୍ସବ ରେ ବାମନଘାଟି ଉପଖଣ୍ଡ ର ସମ୍ମାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ କଚେରୀ ପଡିଆ ଠାରେ ସକାଳ ଘ.୯-୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଆରକ୍ଷୀ ବାହିନୀ ର ଅଭିବାଦନ ଗ୍ରହଣ କରି ବାମନଘାଟି ଉପଖଣ୍ଡ ର ସମସ୍ତ ଜନସାଧାରଣ ଙ୍କୁ ଏହି ପବିତ୍ର ଦିବସ ଶୁଭ ଅବସରରେ ଶୁଭ ଅଭିନନ୍ଦନ ଜଣାଇ ଜନସାଧାରଣ ଙ୍କ ଉଦ୍ଦେଶ୍ୟ ରେ ଅଭିଭାଷଣ ପ୍ରଦାନ କରିଥିଲେ.ସେ ତାଙ୍କ ବକ୍ତବ୍ୟ ରେ ମହାତ୍ମା ଗାନ୍ଧୀ, ନେହେରୁ, ସର୍ଦାର ବଲ୍ଲଭ ଭାଇ ପଟେଲ ଇତ୍ୟାଦି ଭାରତ ପାଇଁ ସ୍ୱାଧୀନତା ଆଣିଥିବା ସ୍ୱାଧୀନତା ସଂଗ୍ରାମୀ ତଥା ମହାମନୀଷୀ ଙ୍କ ଦେଶଭକ୍ତି,ତ୍ୟାଗ ଓ ବଳିଦାନର ସ୍ମୃତି ଚାରଣ କରି ସେମାନେ ପ୍ରତ୍ୟକ ଭାରତୀୟ ଙ୍କ ପାଇଁ ଚିର ନମସ୍ୟ l ଆଜିର ଏଇ ପବିତ୍ର ଦିବସ ରେ ସେମାନଙ୍କ ନୀତି ଓ ଆଦର୍ଶ ରେ ଯଦି ଆମେ ସମସ୍ତେ ଅନୁପ୍ରାଣିତ ହୋଇ ଆମ ଦେଶ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ତେବେ ତାହାହିଁ ହେବ ସେମାନଙ୍କ ଅମର ଆତ୍ମା ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି l ସେ ତାଙ୍କ ଅଭିଭାଷଣ ରେ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ବ୍ୟାପି ପାଳନ ହେଉଥିବା ଆଜାଦି କା ଅମୃତ ଉତ୍ସବ ଉପରେ ଆଲୋକପାତ ପୂର୍ବକ ଆମ ଗର୍ବ ଓ ଗୌରବ ଜାତୀୟ ପତାକା ର ସ୍ୱତନ୍ତ୍ର ବୈଶିଷ୍ଟ୍ୟତା ପ୍ରତିପାଦନ କରି ଜାତୀୟ ପତାକା ରେ ଥିବା କମଳା ରଙ୍ଗ ସାହସ ଓ ଶକ୍ତି ର ପ୍ରତୀକ ହୋଇଥିବା ବେଳେ, ଧଳା ରଙ୍ଗ ଶାନ୍ତି ଓ ସତ୍ୟ ର ବାର୍ତ୍ତା ଏବଂ ସବୁଜ ରଙ୍ଗଟି ସମୃଦ୍ଧି ଏବଂ ପବିତ୍ରତା କୁ ପ୍ରତିନିଧିତ୍ୱ କରିଥାଏ ଯାହା ଫଳରେ ଗୋଟିଏ ପତାକା ତଳେ ଆମେ ବହୁ ଧର୍ମlବଲମ୍ବୀ ପ୍ରତ୍ୟେକ ପରସ୍ପର ଧର୍ମ କୁ ସମ୍ମାନ ଦେଇଥାଉ ଏବଂ ତୀରଙ୍ଗା ରେ ଥିବା ଚକ୍ର ଚିହ୍ନ ଟି ନିରନ୍ତର ପ୍ରଗତି ପଥେ ର ମୂଲ୍ୟବୋଧ କୁ ବହନ କରିଥାଏ ଯାହାର ପ୍ରମାଣ ଆମେ ସମସ୍ତେ ଉପଲବ୍ଧି କରୁଛୁ. ଦେଶ ସ୍ୱାଧୀନ ହେବା ଠାରୁ ଆଜି ପର୍ଯ୍ୟନ୍ତ ଭାରତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ, ଗମନା ଗମନ, ବିଜ୍ଞାନ ଓ ପ୍ରଯୁକ୍ତି ଇତ୍ୟାଦି ଅନେକ କ୍ଷେତ୍ର ରେ ଆଖି ଦୃଶିଆ ସଫଳତା ହାସଲ କରି ସମଗ୍ର ବିଶ୍ୱରେ ଉଦାହରଣ ସୃଷ୍ଟି କରିବା ସହିତ ବିଶ୍ୱ ମାନଚିତ୍ର ରେ ନିଜର ସ୍ୱତନ୍ତ୍ର ସ୍ଥାନ ଏବଂ ପରିଚୟ ସୃଷ୍ଟି କରିପାରିଛି l ମାତ୍ର ଆଗାମୀ ୨୫ବର୍ଷ ଆମ ପାଇଁ ଗୁରତ୍ୱ ପୂର୍ଣ୍ଣ l ଦେଶର ଏହି ପ୍ରଗତି ତଥା ବିକାଶ ର ଧାରାରେ ଆମେ ସମସ୍ତେ ସାମିଲ ହୋଇ ଆମ ଭାରତବର୍ଷ କୁ ଆହୁରି ସମୃଦ୍ଧି ଶାଳୀ କରିବା l ରାଜ୍ୟ ରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବହୁ ଜନକଲ୍ୟାଣ ଯୋଜନା ଗୁଡିକୁ ସମସ୍ତଙ୍କ ମିଳିତ ସହଯୋଗ ରେ ଫଳପ୍ରଦ କରେଇବା ପାଇଁ ଆହ୍ୱାନ ଜଣେଇଥିଲେ l ରାଜ୍ୟ ସରକାରଙ୍କ ମିଶନ ଶକ୍ତି ର ଉପଲବ୍ଧି ବିଷୟରେ ଉଲ୍ଲେଖ କରି ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ରେ ସ୍ୱଳ୍ପ ସମୟ ମଧ୍ୟରେ ମହିଳା ମାନଙ୍କ ଦ୍ୱାରା କିପରି 30 ଲକ୍ଷ ଜାତୀୟ ପତାକା ତିଆରି କରାଯାଇ ପ୍ରତ୍ୟେକ ଘରେ ବିନା ମୂଲ୍ୟରେ ପହଞ୍ଚାଇ ଦିଆଯାଇ ପାରିଲା ଏହା ମହିଳା ସଶକ୍ତିକରଣ ର ଏକ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ l ଆଜି ଖାଲି ବାମନଘାଟି ଉପଖଣ୍ଡ ନୁହେଁ ବରଂ ମୟୁରଭଞ୍ଜ ଜିଲ୍ଲା ତଥା ସମଗ୍ର ଓଡିଶା ବାସୀ ଗର୍ବିତ କାରଣ ଏଇ ମାଟିରେ ଜନ୍ମିତ ସୁଯୋଗ୍ୟାକନ୍ୟା ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତ ର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି l ଶେଷରେ ଏକ ମୂଲ୍ୟବୋଧ ଭିତ୍ତିକ ପଂକ୍ତି (” ଯେତେବେଳେ ଆଖି ଖୋଲିବା, ସେତେବେଳେ ଆମକୁ ଆମ ପ୍ରିୟ ମାତୃଭୂମି ଦୃଶ୍ୟମାନ ହେବ, ଯେତେବେଳେ ଆଖି ବନ୍ଦ ଥିବ ସେତେବେଳେ ଆମ ସ୍ୱପର ଭାରତ ବର୍ଷ ଦୃଶ୍ୟମାନ ହେଉଥିବ, ଆଉ ଯଦି ମୃତ୍ୟୁ ହୋଇଯାଏ ତେବେବି ଶୋକ କରିବାର ଆବଶ୍ୟକତା ନାହିଁ କାରଣ ଆମ ପ୍ରିୟ ମାତୃଭୂମି କୋଳ ରେ ଆମର ମୃତ୍ୟୁ ହେଇଚି ବୋଲି ନିଜକୁ ଭାଗ୍ୟବାନ ମନେ କରିବା ” ଉପସ୍ଥାପନ କରି ବକ୍ତବ୍ୟ ଶେଷ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ମହାମାରୀ ସମୟ ରେ ଉପଖଣ୍ଡ ରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିବା ଡାକ୍ତର, ଡାକ୍ତର ଖାନା ପରିଚାଳିକା , ଲେଡି ହେଲଥ ଭିଜିଟର ଲାବୋରା୍ଟୋରୀ ଟେକନିସିଆନ, ଡାଟା ଏଣ୍ଟ୍ରି ଅପରେଟର ଇତ୍ୟାଦି ୧୦ ଜଣ କୋଭିଡ ଯୋଦ୍ଧା ଏବଂ ୧୦ ଜଣ ସଫେଇ କର୍ମୀଙ୍କୁ କୋଭିଡ ଯୋଦ୍ଧା ଭାବେ ପୁଷ୍ପ ଗୁଚ୍ଛ, ଶାଲ ଓ ପ୍ରସଂଶା ପତ୍ର ଦେଇ ସମ୍ମାନିତ କରିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଦେଶାତ୍ମବୋଧ ପ୍ରବନ୍ଧ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ କପ ସିଲଡ଼ ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ରତିକାନ୍ତ ଗିରି ଯୋଗଦାନ କରିବା ସହିତ ରାଇରଙ୍ଗପୁର ଟାଉନ ଥାନା ଭାର ପ୍ରାପ୍ତ inspector ରାଇରଙ୍ଗପୁର ପୌର ପାଳିକା ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ ବିଭିନ୍ନ ୱାର୍ଡ ର ପାରିଷଦ, ପୌର ପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥି, ସହକାରୀ ଜିଲ୍ଲପାଳ ଶ୍ରୀ ସୁଶାନ୍ତ କୁମାର ବରାଳ,ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସୁରେଶ କୁମାର ଜିତବାବୁ,ବିଭିନ୍ନ ବିଭଗୀୟ ପଦାଧିକାରୀ,ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ରସା ନନ୍ଦ ଲେଙ୍କା, ରାଇରଙ୍ଗପୁର ଓକିଲ ସଙ୍ଘ ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ମହାନ୍ତି, ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ମହାନ୍ତି, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ନନ୍ଦ,ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ବିଜୟ କୁମାର ରାମ, ସମାଜସେବୀ ଶ୍ରୀ ଅରବିନ୍ଦ ବାଗେଡ଼ିଆ, ସମାଜସେବୀ ଶ୍ରୀ ଅତନୁ କୁମାର ମହାନ୍ତି, ଶିକ୍ଷୟତ୍ରୀ ବବିତା କଲିଆର , ଶିକ୍ଷୟତ୍ରୀ ସୀମା କଲିଆର ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ଦିବସ ପାଳନ ଅବସରରେ ପ୍ରତ୍ୟୁଷ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ସହର ରେ ରାମଧୁନ ପରିବେଷଣ ଏବଂ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତଖାନା ର ରୋଗୀ ଓ ରାଇରଙ୍ଗପୁର ଜେଲ ର ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା l ସନ୍ଧ୍ୟା ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୃହ ଏବଂ ରାଇରଙ୍ଗପୁର ସହର ରେ ଅବସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି କୁ ରଙ୍ଗୀନ ଆଲୋକ ମାଳlରେ ଆଲୋକୀ କରଣ କରାଯାଇଥିଲା l ବାମନଘାଟି ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ ଉତ୍ସବ କୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିବା ସହିତ ଉକ୍ତ କାର୍ଯ୍ୟାଳୟ ର କର୍ମଚାରୀ ପ୍ରଫୁଲ୍ଲ କୁମାର ସାହୁ, ହରିଶ ଚନ୍ଦ୍ର ମହାପାତ୍ର ଓ ସଂଗ୍ରାମ ବିଶ୍ୱାଳ ସହଯୋଗ କରିଥିଲେ l


