ରାଇରଙ୍ଗପୁର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆସନ୍ତା ଜୁନ ୨୦ ତାରିଖରେ ରାଇରଙ୍ଗପୁର ରଥଯାତ୍ରା ପାଳନ ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ ପରିସରରେ ଦେବୋତ୍ତର କମିଟି ଅଧ୍ୟକ୍ଷ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସ ସ୍ବାଗତ ଭାଷଣ ଦେବା ସହ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ ସମ୍ପର୍କରେ ସୂଚନା ଦେଇଥିଲେ ।ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ରଙ୍କ ଅନୁମୋଦିତ ସାରେଣୀ ପାଠକୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଂଜନ ମହାନ୍ତି ଶ୍ରୀ ଜୀଉଙ୍କ ପହଣ୍ଡି,ଛେରା ପହଁରା,ରଥଟଣା ଓ ଅନ୍ୟାନ୍ୟ ନୀତି ନିର୍ଘଣ୍ଟ ପାଠ କରିଥିଲେ ।ରଥ ନିର୍ମାଣ ଓ ସାଜସଜ୍ଜା ବିଧି ଅନୁଯାୟୀ କରାଯିବ ।ରଥଟଣା ମୁଖ୍ୟ ସଂଲଗ୍ନ ରାସ୍ତା ମରାମତି କାର୍ଯ୍ୟ ରାଇରଙ୍ଗପୁର ମ୍ୟୁନିସିପାଲଟି,ପୂର୍ତ୍ତବିଭାଗ, ଜାତୀୟ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ କରାଯିବ । ରଥଯାତ୍ରା ଓ ବାହୁଡା଼ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଆନ୍ତଃ ରାଜ୍ୟ ଲୁଟେରା, ଅସାମାଜିକ ଲୋକଙ୍କ ଉପରେ କଡା ନଜର ରଖିବା ଜନସମାଗମକୁ ଦେଖି ସିସି କେମେରା ବ୍ୟବସ୍ଥା,ବ୍ଳକ ପଡ଼ିଆରେ ମୀନା ବଜାରରେ ଶାନ୍ତି ଶୃଙ୍ଖଳା ରକ୍ଷା,,ରଥ କମିଟି ତରଫରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା,ଅତ୍ୟଧିକ ଗୁଳୁଗୁଳି ଓ ଗରମ ପାଇଁ ରାସ୍ତାରେ ଜଳ ସଂଞ୍ଚନ ବ୍ୟବସ୍ଥା, ରଥଟଣା ପାଇଁ ମହାବିଦ୍ୟାଳୟର ଏନସିସି, ରେଡକ୍ରସ, ଏବଂ ସ୍କାଉଟ ଦଳ, ସ୍ବେଚ୍ଛାସେବୀ ନିୟୋଜିତ କରିବା, ଆଶୁ ଚିକିତ୍ସା ବ୍ୟବସ୍ଥା,,ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବ୍ୟବସ୍ଥା, ଅସ୍ଥାୟୀ ଓ ସ୍ଥାୟୀ ଜଳଖିଆ ଦୋକାନରେ ପ୍ରସ୍ତୁତ ଖାଦ୍ୟର ମାନ, ଗୁଣବତ୍ତା ନିୟମିତ ଯାଞ୍ଚ କରିବା, ରଥଯାତ୍ରା ଧାରା ବିବରଣୀ ବ୍ୟବସ୍ଥା, ଆକସ୍ମିକ ଦୁର୍ଘଟଣା ଓ ଅଗ୍ନିକାଣ୍ଡ ମୁକାବିଲା ପାଇଁ ଅଗ୍ନିନିର୍ବାପକ ବ୍ୟବସ୍ଥା ଗୁରୁତ୍ଵ ଦେବା,ବି ଉପରେ ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରଥଯାତ୍ରା କାର୍ଯ୍ୟ ସୂଚୀ ଅନୁଯାୟୀ ଆଗାମୀ ୪ ତାରିଖ ଦେବସ୍ନାନ ପୂର୍ଣ୍ଣିମା,୨୦ ତାରିଖ ପୂର୍ବାହ୍ନ ଶ୍ରୀ ଗୁଣ୍ଡିଚା ପହୁଣ୍ଡୀ ବିଜେ,୨୦/୨୧ ଦୁଇଦିନ ଅପରାହ୍ନରେ ପ୍ରଥମ ଦିନ ପୁରୁଷ ଓ ଦିତୀୟ ଦିନ ମହିଳା ଙ୍କ ଦ୍ଵାରା ରଥଟଣା ୨୮/୨୯ ବାହୁଡା଼ ଯାତ୍ରା ପୁରୁଷ ଓ ମହିଳାଙ଼କ ଦ୍ବାରା ଅନୁଷ୍ଠିତ ହେବ ।୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ବେଶ ଦର୍ଶନ ହେବ । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ବୈଠକରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ପରିକ୍ଷିତ ଦାସ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋକୁଳାନନ୍ଦ ଦାସ, ମନୋରଂଜନ ମହାନ୍ତି,ରାଜ୍ୟ ଶକ୍ତି ବିଭାଗ ଉପଦେଷ୍ଟା ଶ୍ରୀ ଦିପ୍ତୀମାନ ବଳ,ରାଜ୍ୟ ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା, ତହସିଲଦାର ଚିତ୍ତରଞ୍ଜନ ମହାନ୍ତ, ଟାଉନ ଥାନା ଆଇଆଇସି ସ୍ବର୍ଣଲତା ମିଂଜ, ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ସାହୁ,ପୌରପାଳିକା ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ, ଅଗ୍ନିଶମ ଅଧିକାରୀ ଶ୍ରୀ କୃଷ୍ଣ ସାମଲ, ରାଇରଙ୍ଗପୁର ଅବକାରୀ ଅଧିକାରୀ ନାରାୟଣ ଜେନା,ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି, ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ଅନଶନ ମହାନ୍ତ, ଛେ ସୁଜିତ ପଟ୍ଟନାୟକ, ତୁଷାର କାନ୍ତ ମହାନ୍ତ,ସତ୍ୟ ରଂଜନ ପାଲ, ଜୀତେନ୍ଦ୍ର ଅଗ୍ରୱାଲ, ଜ୍ୟୋତି ରଂଜନ ବାରିକ, ପ୍ରସାଦ ବେହେରା,ଦୀନେଶ ବେହେରା ବିଭିନ୍ନ ବିଭାଗର ଅଧିକାରୀ, ମନ୍ଦିର ସେବାୟତ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଶେଷରେ ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସ ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଯେପରି ଶାନ୍ତି ଶୃଙ୍ଖଳା,ଆନନ୍ଦ ଓ ଉଲ୍ଲାସ ଓ ଭାଇଚାରା ମଧ୍ୟରେ ସଂପନ୍ନ ହେବ, ରାଇରଙ୍ଗପୁର ଅଂଚଳର ନାମ ହେବ , ସେଥିପାଇଁ ସଂପୃକ୍ତ ସରକାରୀ, ବେସରକାରୀ, ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜିବୀ, ସାମାଜିକ କର୍ମୀ, ସ୍ବେଛାସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ