ବିଶୋଇ ଥାନା !ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଜାତଳା ରାଜ୍ୟ ରାଜପଥ ଲୁହାକାନିଠାରେ ଦୁଇ ବାଇକ୍ ମୁହାଁମୁହିଁ ହେବା ଫଳରେ ଜଣେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ କୁସୁମି ବ୍ଳକର ଵଣକାଟି ଗ୍ରାମର ଯୁବକମାନେ ବିଶୋଇ ଅଂଚଳର କେଶର ଗଡିଆ ଫୁଟବଲ ଖେଳ ଖେଳ ଖେଳିବାକୁ ଯାଇ ଫେରୁଥିବା ବେଳେ ଲୁହାକାନିଠାରେ ୭.୩୦ଟା ପାଖାପାଖି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।ଫୁଟବଲ ଖେଳାଳୀ ସାଉଁନା ଟୁଡୁ ରାସ୍ତାରେ ପଡି ଲହୁଲୁହାଣ ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁହଁଟା ଚେତନା ହୋଇଯାଇଛି ।ଆଖି ପାଖରେ ବହୁତ ବଡ଼ କ୍ଷତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ