ରାଇରଙ୍ଗପୁର ୨ ନମ୍ବର ଓ୍ବାର୍ଡରେ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ରାସ୍ତାଜାମ୍

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ପୌରାଞ୍ଚଳ ଅନ୍ତର୍ଗତ ୨ ନମ୍ବର ଓ୍ବାର୍ଡ ବାଇଦାପୋଷୀରେ ଦିର୍ଘ ୩ ମାସରୁ ଉର୍ଦ୍ଧ୍ବ ପାନୀୟ ଜଳ ସଂକଟ ଦେଖା ଦେଇଛି । ଜନସ୍ବାସ୍ଥ୍ୟ ବିଭାଗ ଏବଂ ଜନ ପ୍ରତିନିଧିଙ୍କୁ ବାରମ୍ବାର ମୌଖିକରେ ଜଣାଇଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆଜି ଵାଇଦାପୋଷୀ ଗ୍ରାମର ଡୁଙ୍ଗରିସାହି ,କଲୋନିସାହି ବେହେରା ସାହି ରାଷ୍ଟ୍ରପତିଙ୍କ ଘର ପାଖାପାଖି ଜାତୀୟ ରାଜପଥ ୨୨୦ ନମ୍ବର ରେ ଗରା କଳଶ ଧରି ଆବାଳ ବୃଦ୍ଧ ବନିତା ଆଜି ଶୁକ୍ରବାର ଭୋର ସକାଳ ୭ ଠାରୁ ୧୦ ଟା ପର୍ଯ୍ୟନ୍ତ ରାସ୍ତାଜାମ୍ କରିଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ୨ ନମ୍ବର ଓ୍ବାର୍ଡର କାଉନସିଲର ସୁକଦେବ ବେହେରା,ଯୁବ ସମାଜସେବୀ ପଞ୍ଚୁ ଲୋହାର ,ବାବୁ ଜ୍ୟୋତିଷ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କଲାପରେ ଏବଂ ଶିଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲାପରେ ଲୋକେ ରାସ୍ତାରୁ ହଟିଲେ ।ରାସ୍ତାକାମ ପାଇଁ ବିଶେଷତଃ ସ୍କୁଲ ଛାତ୍ରଛାତ୍ରୀଙ୍କ ବହୁ ଅସୁବିଧାରରେ ସମ୍ମୁଖୀନ ସୋଇଥିଲେ ।ବହୁ ସଂଖ୍ୟାରେ ଗାଡ଼ି ରାସ୍ତାରେ ଛିଡ଼ା ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ