ରାଜଶ୍ରୀ ବଳାସି ସମାଜ ଗୃହ ଉଦଘାଟନ କଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମ ଠାରେ ମାର୍ଚ୍ଚ ୭ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇ ରାଜଶ୍ରୀ ବଳାସି ସମାଜ ଗୃହକୁ ଉଦଘାଟନ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବଳାସି ସମାଜର ମହାମାନ୍ୟ ନାୟକ ବିକ୍ରମ କୁମାର ସାହୁ ଓ ହରିହର ନାୟକ ଙ୍କ ସମେତ କଲମ୍ବ ଅଞ୍ଚଳ ନାୟକ ପ୍ରଫୁଲ କୁମାର ପ୍ରଧାନ, କେନ୍ଦ୍ରୀୟ କମିଟି ସଭାପତି ମଙ୍ଗୁଳୁଧର ସାହୁ, ଉପସଭାପତି ଦୀନବନ୍ଧୁ ସାହୁ, ସମ୍ପାଦକ ଡାକ୍ତର ସାହୁ ଓ ମଣ୍ଡଳ ସଭ୍ୟ ରଂଜନ ପ୍ରଧାନ ଯୋଗଦେଇଥିଲେ । ବଳାସି ସମାଜର ଏହି ନୂତନ ଗୃହରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ସାହୁ ଯୋଗଦେଇ ସମାଜ ଦ୍ୱାରା ବଳାସି ସମାଜର ଏକତା ରହିବା ସହ ସମାଜର ସମସ୍ତ ସଦସ୍ୟଙ୍କ ଉପକାର ହୋଇପାରୁଥିବା ପ୍ରକାଶ କରିଥିଲେ। ହାତୀଓଟ ଅଞ୍ଚଳର ବଳାସି ସମାଜ କର୍ମକର୍ତ୍ତା ଓ ସମାଜ ଭାଇମାନେ ସମାଜ ଗୃହ ପ୍ରତିଷ୍ଠା କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ