ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୪୩
ଭୁବନେଶ୍ବର : ଆଜି ରାଜ୍ୟରୁ ୨୪୩ ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ ୫୯ ଜଣ ରହିଛନ୍ତି । ସେହିପରି ଆଜି ଗଞ୍ଜାମରୁ ୪୧ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୮, କନ୍ଧମାଳରୁ ୧୭, ଝାରସୁଗୁଡାରୁ ୧୫, ସୁନ୍ଦରଗଡରୁ ୧୦, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରୁ ୮ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ ୭, ବରଗଡ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ ରହିଛନ୍ତି । ଜଗତସିଂହପୁରରୁ ୫, କଟକ, ମାଲକାନଗିରି ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ବରରୁ ୨ ଜଣ ଓ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


