ମଦଭାଟି ବନ୍ଦ କରିବାକୁ ଦାବି ନେଇ ନୋଳିଆନୂଆଗାଁ ଠାକୁରାଣୀ ଗ୍ରାମ୍ୟ କମିଟି ପକ୍ଷରୁ ଗଞ୍ଜାମ ଅବକାରୀ ଅଧୀକ୍ଷକଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ଅଧିନସ୍ଥ ସାନ ନୋଳିଆ ନୂଆଗାଁରେ ଥିବା ମଦଭାଟିକୁ ବନ୍ଦ କରିବାକୁ ଦାବି ନେଇ ଆଜି ନୋଳିଆ ନୂଆଗାଁ ଠାକୁରାଣୀ ଗ୍ରାମ୍ୟ କମିଟି ପକ୍ଷରୁ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରାକୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କକ୍ଷ ଠାରେ ଏହି ସଂପର୍କରେ ଅନ୍ୟ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରଶାସନ ପକ୍ଷରୁ ୧୫ଦିନ ମଧ୍ୟରେ ମଦଭାଟିକୁ ବନ୍ଦ କରାନଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବା ନିମନ୍ତେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତିି । ଏହି ଦାବି ପତ୍ର ପ୍ରଦାନ ବେଳେ ଅଗସ୍ତିନୂଆଗାଁ ସରପଞ୍ଚ ପି.ସିମାଦ୍ରୀ, କୁନା ସାହୁ, ପି,ଗୁରେୟା, ଏ.ବାଲରାଜୁ, ଏ.ଗୁରେୟା, ପି.ଏରେୟା, ଏ.ସିମାଲୀ,ଏସ୍.ଗୁରେୟା ପ୍ରମୁଖ ଉପସ୍ଥିତ ଥିଲେ ।


