ରାଜ୍ୟସ୍ତରୀୟ ପାରା ଆଥଲେଟିକ୍ ପ୍ରତିଯୋଗିିତାରେ କନ୍ଧମାଳର ତିନି ଛାତ୍ରଙ୍କ କୃତିତ୍ୱ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଳାର ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗନେଇଥିବା ବେଳେ କନ୍ଧମାଳ ଜିଲା ପକ୍ଷରୁ ମଧ୍ୟ ଅନେକ ପ୍ରତିଯୋଗୀ ଭାଗନେଇଥିଲେ। ଦୁଇଦିନ ଧରି ଅନୁଷ୍ଠିତ ବିିଭିନ୍ନ ପ୍ରତିଯୋଗିତା ମଧ୍ୟରୁ କନ୍ଧମାଳ ଜିଲାର ନିକିଲେଶ୍ ପ୍ରଧାନ ୧୦୦ ଏବଂ ୪୦୦ ମିଟର ଦୌର୍ଡ଼ରେ ସ୍ୱର୍ଣ୍ଣ ପଦକ ବିଜୟ ଲାଭ କରିଥିବା ବେଳେ ଅନିଲ୍ ପରିଡ଼ା ଜେଭଲିନ୍ ଥ୍ରୋରେ ରୌପ୍ୟ ପଦକ ଏବଂ ସର୍ଟଫୁଟରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିଭଳି ଖେଳାଳି ଅଙ୍ଗଦ ମଲିକ ମଧ୍ୟ ଜାଭଲିନ୍ ଥ୍ରୋରେ ବ୍ରୋଞ୍ଜ ପଦକ ପାଇଛନ୍ତି। କନ୍ଧମାଳ ଜିଲାର ଏହି ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପାରା ଆଥଲେଟିକ୍ ପ୍ରତିଯୋଗୀତାରେ କୃତିତ୍ୱ ଲାଭ କରିଥିବା ଯୋଗୁଁ ଜିଲା ପ୍ରଶାସନ ତରଫରୁ ଏବଂ ଜିଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯିବା ସହିତ ଜିଲାବାସୀଙ୍କ ପକ୍ଷରୁ ମଧ୍ୟ ଶୁଭେଛା ଜ୍ଞାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ