କୋଣାର୍କ ଚନ୍ଦ୍ରଭାଗଠାରେ ଯୁବ ଦୁଃସାହସିକ କାର୍ଯ୍ୟକ୍ରମ
କୋଣାର୍କ (ଓ୍ବାଇଏନଏସ): ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓଡ଼ିଶା ତରଫରୁ ଆଜି କୋଣାର୍କ ଚନ୍ଦ୍ରଭାଗାଠାରେ ସମୁଦ୍ରତଟ ଚଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୧୦୦ ଜଣ ଯୁବକ ଯୁବତୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତେ ଚନ୍ଦ୍ରଭାଗା ବେଳାଭୂମିକୁ ସଫା କରିବା ସହିତ ଏକ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। ପରେ ସମସ୍ତ ଯୁବ ସାଥି ଏହି ବାର୍ତ୍ତା ନେଇ ସମୁଦ୍ର ତଟରେ ଟ୍ରେକ୍କିଂ କରିଥିଲେ । ଏହା ଦ୍ବାରା ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଏକ ନୂଆ ଆଗ୍ରହ ପ୍ରକାଶ ପାଇଥିଲା, ସମସ୍ତେ ଏହି କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ । ଏହି ଯୁବ ବିନିମୟ କାର୍ଯ୍ୟକ୍ରମରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ସହିତ ପ୍ଲାଷ୍ଟିକ ସଚେତନତାକୁ ମଧ୍ୟ ଗୁରୁତ୍ଵ ଦିଆଯାଇଥିଲା । ସ୍ଥାନୀୟ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆବାସିକ ଉଚ୍ଚ ବିଦ୍ୟାଳୟ କୋଣାର୍କର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିହାର ପ୍ରସାଦ ଲେଙ୍କା ମହୋଦୟ ଉପସ୍ଥିତ ରହି ସ୍ବାଗତ ପଦକ୍ଷେପ ନେଇ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ରୂପେ ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ରାମକୃଷ୍ଣ ମହାନ୍ତି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ରୂପରେଖ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟରୁ ଆସିଥିବା ପ୍ରଫେସର ଡ ସନ୍ଦୀପ କୁମାର ରାଉତ, ସମୂହ ଡ ସଚ୍ଚିଦାନନ୍ଦ ପ୍ରଧାନ ଓ ସତ୍ୟ ସୁନ୍ଦର ମିଶ୍ର ସଭାର ଅନୁଗମନ ଉନ୍ନତି ଦିଗରେ ଆଲୋଚନା କରିଥିଲେ। ଶେଷରେ ଓଡ଼ିଶା ସରକାରଙ୍କ ଓଡ଼ିଆ ସଂସ୍କୃତି ବିଭାଗ ସହଯୋଗରେ ସମ୍ବଲପୁରୀ ନୃତ୍ୟ ଓ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ସଦସ୍ୟ ଭାଗିରଥି ପାଇକରାୟ, ଆଭାସ ମୁଦୁଲି, ବିକ୍ରମ କେଶରୀ ସାମନ୍ତରାୟ, ଅନିଶେକ୍ ସିଂ, ବର୍ଷା ନାୟକ ଓ ସ୍ଵପ୍ନା ରାୟ ପରିଚାଳନା କରିଥିଲେ ।


