ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ସୂର୍ଯ୍ୟମୁଖୀ ଚାଷ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ଆଦିବାସୀ ଅଧ୍ୟୁଷିତ ରାୟଗଡା ରାୟଗଡା ଜିଲାରେ ରୋଜଗାର ମାଧ୍ୟମ ପାଲଟିଛି ସୂର୍ଯ୍ୟମୁଖୀ ଫସଲ । ଧାନ ଓଁ ଅନ୍ୟ ଚାଷ ସରିବା ପରେ ସନ୍ତ ସନ୍ତିଆ ଜମିରେ ସମୟ ଆସିଲେ ଆଗ୍ରହରେ ଏକତ୍ରିତ ହୋଇ ଗ୍ରାମର ଓ ଗ୍ରାମ ନିକଟରେ ଥିବା ଜମି ଓ ପଡିଆରେ ଚାଷ କରି ଗଛକୁ ସୁରକ୍ଷା ଦେବା ଶହ କାହାରିକୁ ପାଟି ମାରିବାକୁ ଦିଅନ୍ତିନି ଚାଷ କରୁଥିବା ଚାଷୀ ମାନେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ। ବ୍ଲକର ପ୍ରତି ଗ୍ରାମରେ ଥିବା ସନ୍ତ ସନ୍ତିଆ ଜମି ଗୁଡାକକୁ ଚାଷ କରିଥାନ୍ତି। ଚାଷ ରେ ଅମଳ ହେବା ସମୟରେ ଗୋରୁ ପକ୍ଷୀ ଙ୍କ ଦାଉରୁ ରକ୍ଷା ପାଇଁ ସକାଳୁ ସକାଳୁ ଜଗି ଥାନ୍ତି। ପ୍ରଥମେ ସୁରକ୍ଷା ଦେବାପରେ ବସନ୍ତ ଓ ଗ୍ରୀଷ୍ମ ଋତୁ ଆସିଲେ ଗ୍ରାମବାସୀ ପୁରୁଷ ଓ ମହିଳା ଏକତ୍ରିତ ହୋଇ ତୋଳିଥାନ୍ତି। ସୂର୍ଯ୍ୟମୁଖୀ ଫସଲକୁ ତୋଳି ଶୁଖାଇ ତୋଳି ବସ୍ଥାନୀରେ ଭର୍ତିକରୀ ନିଜ ଘରେ ରଖିଥାନ୍ତି। ତୋଳିଇବା ଶେଷ ହେବାପରେ ପୁଣି ଏକତ୍ରିତ ହୋଇ ମଞ୍ଜି ବାହାର କରି ଶୁଖାଇ ରଖିଥାନ୍ତି। ପରେ ବେପାରୀଙ୍କୁ ମୂଲ୍ୟ ଧର୍ଯ୍ୟକାରୀ ବିକ୍ରି କରିଥାନ୍ତି। ଓ ନିଜ ଘର ପାଇଁ ବର୍ଷକରେ ବ୍ୟବହାର ହେବାକୁ ଥିବା ତେଲ ମିଲିଙ୍ଗ କରି ରଖନ୍ତି ଓ କିଛି ବିକ୍ରି କରିଥିବା ମଞ୍ଜି ଓ ତେଲର ଟଙ୍କା କୁ ପରିବାର ପାଇଁ କିଛି ଦିନ ଭରଣ ପୋଷଣ ହୋଇଥିବାରୁ କାହାରି ଉପରେ ନିର୍ଭର କରନ୍ତି ନାହିଁ। ଏହି ଚାଷ କରିବା ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ସରକାରୀ ସହାୟତା ମଞ୍ଜି, ସାର, କୀଟନାସକ ଔଷଧ ଭଳି ଅନେକ ସୁବିଧା ଯୋଗାଇ ଦେଉଥିବାରୁ ଅଧିକରୀ ଅଧିକ ଚାଷ କରିବା ପାଇଁ ମନ ବଳାଉ ଥିବାରୁ ଅଞ୍ଚଳରେ ଅଧିକ ସୂର୍ଯ୍ୟ ମୁଖୀ ଚାଷ କରିବା ପାଇଁ ଆଗ୍ରକ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।କିନ୍ତୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନା ନାହିଁ କି ଚାଷୀଙ୍କ ଠାରୁ ଉଚିତ ମୂଲ୍ୟରେ ମଞ୍ଜି କ୍ରୟ କରି ସରକାରଙ୍କ ପକ୍ଷରୁ ଠିକ ସମୟରେ ମୂଲ୍ୟ ପ୍ରଦାନ କଲେ ଅଧିକ ଚାଷୀ ଆଗ୍ରହ ପ୍ରକାଶ କରିବେ ଚାଷୀମାନେ ପ୍ରକାଶ କରିଛନ୍ତି।


