ରାଜ୍ୟସ୍ତରୀୟ ମିଡ଼ିଆ କନକ୍ଲେଭରେ ଗଜପତିର ବରିଷ୍ଠ ସାମ୍ବାଦିକ ଗରୁଡ଼ ଚୌଧୁରୀ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରାସାଦ ପଣ୍ଡା):ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ଗରୁଡ଼ ଧୌଜ ଚୌଧୁରୀ ଝାରସୁଗୁଡା ଜିଲାର ସଦର ମହକୁମା ଝାରସୁଗୁଡ଼ା ହୋଟେଲ ମେ ଫେୟାର ଠାରେ ଏସୟୁଜେର ରଜ୍ୟସ୍ତରୀୟ ମିଡ଼ିଆ କନକ୍ଲେଭରେ ସମ୍ବର୍ଦ୍ଧିତ ହୋଇଥିବା ସୂଚନା ମିଳିଛି. ଏଥିରେ ରାଜ୍ୟ ଏସ ୟୁ ଜେ ସଭାପତି କୈଳାଶ ନାୟକ ସ୍ବାଗତ ଭାଷଣ ଦେବା ସହ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନସନ,ଭୁବେନଶ୍ବର ଠାରେ ସାମ୍ବାଦିକ ଅତିଥି ଭବନ, ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ଗୁଡ଼ିକ ପୁରଣ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମ୍ମୁଖରେ ଦାବି ରଖିଥିଲେ l ଏହି ରାଜ୍ୟ ସ୍ତରୀୟ ମିଡ଼ିଆ କନକ୍ଲେଭ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ l ସେ ତାଙ୍କ ଉଦବୋଧନ ରେ ସାମ୍ବାଦିକ ମାନଙ୍କ ଦାବୀ ଗୁଡ଼ିକ ପୁରଣ କରିବା ଦିଗରେ ନିଶ୍ଚିତ ଭାବେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ପ୍ରଥମ ଅଧିବେଶନରେ “ସହନୀୟ ବିକାଶ ପାଇଁ ଗଣ ମାଧ୍ୟମ ଓ ଶିଳ୍ପ ସଂସ୍ଥାଙ୍କ ଭୂମିକା”ଶୀର୍ଷକ ବିଷୟବସ୍ତୁ ଉପରେ ଆଇ ଆଇ ଏମ ସମ୍ବଲପୁରର ପ୍ରଫେସର ସୁଜିତ ପୁସେଠ ବେଦାନ୍ତ ଆଲୁମିନା ର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ସୁନୀଲ ଗୁପ୍ତାଙ୍କ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ l ସେହିପରି “ଗଣ ମାଧ୍ୟମର ବିଶ୍ୱସନୀୟତା ବଜାୟ ରଖିବା ଏକ ଆହ୍ଵାନ”ଶୀର୍ଷକ ବିଷୟବସ୍ତୁ ଉପରେ ଗଣ ଇସ୍ତାହାରର ସଂପାଦକ ଡ. ପ୍ରଦୀପ କୁମାର ହୋତା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ , ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରୁସଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ପ୍ରମୁଖ ଯୋଗ ସାମ୍ବାଦିକ ମାନଙ୍କର ଦାବୀ ଗୁଡ଼ିକ କୁ ପୂରଣ କରିବା ପାଇଁ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଝା ରୁସଗୁଡା ଜିଲ୍ଲା ସାମ୍ବାଦିକ ସଂଘ (ଏସ ୟୁ ଜେ) ଦ୍ବାରା ଆୟୋଜିତ ଏହି ସମାବେଶ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ l ଏହି ସମାବେଶ ରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ ଙ୍କୁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଉପଢୌକନ ଏବଂ ସିଲ ଦେଇ ସମ୍ମାନିତ କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ଏସ ୟୁ ଜେ ର ରାଜ୍ୟ ଉପ ସଭାପତି କୀର୍ତ୍ତି ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଝାରୁସଗୁଡା ସାମ୍ବାଦିକ ସଂଘର ଏହି ସମାବେଶ ର ମୂଖ୍ୟ ଆୟୋଜକ ସନ୍ତୋଷ ମିଶ୍ର ଓ ମେହେବୁବ ମହତାବ, ଜିଲ୍ଲା ସଭାପତି ସୁବାସ ପ୍ରଧାନ, ସାଧାରଣ ସଂପାଦକ ସନ୍ତୋଷ ସାହୁ ପ୍ରମୁଖ ଙ୍କ ଉଦ୍ୟମରେ ଅନୁଷ୍ଠିତ ହେଇଥିଲା ଏହି ଅଧିବେଶନ ରେ ଗଜପତି ଜିଲ୍ଲାର ବରିଷ୍ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ, ତାରିଣୀ ପ୍ରାସାଦ ପଣ୍ଡା, ଗଣେଶ ରାଜୁ, ରଶ୍ମିରଞ୍ଜନ ମିଶ୍ର, କୃଷ୍ଣ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ