ଗଞ୍ଜେଇ ରେଡ ବେଳେ ପୋଲିସକୁ ଆକ୍ରମଣ ଘଟଣା: ୧୩ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତିରେ ଗଞ୍ଜେଇ ରେଡ ବେଳେ ପୋଲିସକୁ ଆକ୍ରମଣ ଘଟଣାରେ ୧୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ, ଗତ 15 ତାରିଖ ବିଳମ୍ବିତ ରାତିରେ ଗଞ୍ଜେଇ ରେଡ କରିବା ପାଇଁ ଗଜପତି ପୋଲିସ୍ ଅଡବା ଥାନା ଅନ୍ତର୍ଗତ ମହାପଦର ଓ ଗୁଡ଼୍ରୀପଙ୍କା ଗ୍ରାମକୁ ଯାଇଥିଲେ. ହେଲେ ଚଢ଼ାଉ କରିବା ବେଳେ ପୋଲିସକୁ କେତେକ ଗ୍ରାମବାସୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ପୋଲିସକୁ ଧମକ ଦେବା ସହ ଆକ୍ରମଣ କରିଥିଲେ। ପରେ ଏସଡ଼ିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସେହି ଗ୍ରାମରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ଏକ କାଳୀନ ଚଢ଼ାଉ କରିଥିଲା। ଚଢ଼ାଉରେ ମହାପଦର , ଗୁଡ଼୍ରୀପଙ୍କା, ଭାଲିଆସାହି, ନୂଆସାହି ଓ ଗମ୍ଭାରୀ ଗଣ୍ଡା ଗାଁର ଏଲିୟ ମାଝୀ(୨୫), ପ୍ରଦୀପ ମାଝୀ (୧୯), ମନୋଜ ମଳିକ (୨୪), ସୁକାନ୍ତ ମାଝୀ (୩୫), ସାମସନ ମାଝୀ(୧୯), ଲୁକା ମାଝୀ ( ୧୯), କାଲେମ୍ ମାଝୀ(୧୯), ସୁମନ୍ତ ମାଝୀ (୨୯), ଫିନିଏଲ୍ ଗମାଙ୍ଗ (୨୬), ସୁମନ୍ତ ଦଳ ବେହେରା (୩୭), ୱିଲିଏନ ଦଳ ବେହେରା (୩୫) , ଭାଲିଆସାହିର ମାଥ୍ୟୁ ଦଳବେହେରା (୬୦), ସୁରେନ୍ଦ୍ର ମାଝୀ (୧୯) ପ୍ରମୁଖଙ୍କୁ ଉଠାଇ ଆଣି ଗିରଫ କରିଥିଲା ପୋଲିସ। ଗିରଫ ପରେ ୭୪ /୨୬ ରେ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ ଗତକାଲି କୋର୍ଟଚାଲାଣ କରାଯାଇଛି ।


