ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ପ୍ରଥମେ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ରାମଧୂନ ଗାନ କରାଯାଇଥିଲା । ତତ୍ପରେ ସଂଘର ସଭାପତି ଇଂ. ବନମାଳୀ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର କର୍ମକର୍ତ୍ତାଙ୍କ ସହିତ କେତେଜଣ ବିଶିଷ୍ଟ ବ୍ୟକ୍ତି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଦେଶ ଓ ଜାତିପ୍ରୀତି ସହିତ ସ୍ୱାଧୀନତାପ୍ରାପ୍ତିରେ ବିଶେଷ ଅବଦାନ, ତ୍ୟାଗପୂତ ଜୀବନ ଓ ଆଦର୍ଶ ଗୁଣାବଳୀର ଆଲୋଚନା କରିଥିଲେ । ଆଲୋଚକଙ୍କ ମଧ୍ୟରେ ସଂଘର ଉପସଭାପତି ଇଂ. ସୁରେନ୍ଦ୍ରନାଥ ଦାସ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ଡ. କ୍ଷିତୀଶ୍ୱର ଦାସ, ରମେଶ ଚନ୍ଦ୍ର ଜେନା ଓ ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକରୀ ସଭାପତି ନିରଞ୍ଜନ ପରିଡ଼ା, ସହାୟକ ସମ୍ପାଦକ ବିଜୟ ଦାସ ଅଧିକାରୀ ଅନ୍ତର୍ଭୁକ୍ତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ. ଗୌରାଙ୍ଗ ସାହୁ, ପୁଷ୍ପଲତା ମହାନ୍ତି, ପ୍ରଣିତା ମିଶ୍ର, ଭବେଶ ଚନ୍ଦ୍ର ପଣ୍ଡା, ସେକ୍ ଆଲ୍ଲାଉଦ୍ଦିନ୍, ବେଣୁଧର ପାଲ୍, ସୁଜିତ୍ କୁମାର ଜେନା, ରବୀନ୍ଦ୍ର ପାଣି, ସୀତାରାମ ପ୍ରଧାନ, ବେଣୁଧର ସାହୁ, ଗୋବିନ୍ଦ ମାଝୀ, ସରୋଜ କୁମାର ଚାନ୍ଦ, ହୃଷିକେଶ ସାହୁ, ଦାମୋଦର ନାୟକ, ଜ୍ଞାନେନ୍ଦ୍ର ସାହୁ, ଶଚୀନ୍ଦ୍ର ଦାସ, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ଶଶାଙ୍କ ଶେଖର ଦତ୍ତ, ବିଷ୍ଣୁଚରଣ ପାଢ଼ୀ, ରାମଚନ୍ଦ୍ର ସେଠୀ, ଗୁଣାକର ଦେ, ଅରୁଣା ରାୟ, କ୍ଷେତ୍ରମୋହନ ନାୟକ, ପଦ୍ମଲୋଚନ ଦତ୍ତ, ଲୋକନାଥ ଆଚାର୍ଯ୍ୟ, କିଶୋର ଚନ୍ଦ୍ର ବେହେରା, କମଳାକାନ୍ତ ନାୟକ ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।


