ଛତ୍ରପୁର ଏନଏସି ରୁ ଆରମ୍ଭ ହେଲା ବିଜେଡିର ଜନସଂପର୍କ ପଦଯାତ୍ରା
ଛତ୍ରପୁର, (ଦେବଦତ୍ତ ମହାରଣା):ପବିତ୍ର ଗାନ୍ଧି ଜୟନ୍ତୀରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ଜନ ସଂପର୍କ ପଦଯାତ୍ରା । ଦିର୍ଘ ଏକ ମାସ ଧରି ଏହି ପଦଯାତ୍ରା ଚାଲିଚ । ଘରେ ଘରେ ପହଂଚିବ ବିକାଶର ବାର୍ତା । ଏହି ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆଜି ଛତ୍ରପୁର ଏନଏସି ରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନେତୃତ୍ୱ ରେ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ସ୍ୱର୍ଗତ ବିଜୁ ପଟ୍ଟନାୟକ ପୂତିମୂର୍ତୀ ଙ୍କୁ ପୁଷ୍ପମାଲ୍ୟ ପରେ ଏହି ପଦଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ରାଜ୍ୟ ସରକାରଙ୍କ ଯେଉଁ ଜନକଲ୍ୟାଣକାରୀ ଯୋଜନା ରହିଛି ତାହା ଲୋକମାନଙ୍କ ନିକଟରେ କିପରି ପହଂଚିବା, ରୂପାନ୍ତରିତ ଓଡିଶା ଓ ସେବା ସଂକଳ୍ପର ବାର୍ତା ଏହି ପଦଯାତ୍ରା ମୁଖ୍ୟ ଲକ୍ଷ୍ୟ ବୋଲି ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଥିଲେ । ନଭେମ୍ବର ୨ ରେ ଏହି ଯାତ୍ରା ଶେଷ ହେବ । ଏହି ଦିନ ରାଜ୍ୟବାସୀଙ୍କ ସେବା ପାଇଁ ସମୂହ ଶପଥପାଠ କରିବେ ଦଳୀୟ କର୍ମୀ । ଏହି ପଦଯାତ୍ରାରେ ଛତ୍ରପୁର ଲୋୟର ବସଷ୍ଟାଣ୍ଡରୁ ଆରମ୍ଭ ହୋଇ ଅପରବସଷ୍ଟାଣ୍ଡରେ ସମାପ୍ତ ହୋଇଥିଲା । ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ ଚୈାଧୁରୀ, ଛତ୍ରପୁର ଏନଏସି ଉପଧ୍ୟକ୍ଷ ଜି.ପାପା ରାଓ, ନଗର ସଭାପତି ଜି.ରାଜିବାବୁ,ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ,ପୂର୍ବତନ ଏନଏସି ଅଧ୍ୟକ୍ଷା ଜି.ଆରତୀ, ଛତ୍ରପୁର ବ୍ଲକ ବିଜେଡ଼ି ସଭାପତି ପ୍ରବାସୀ ପ୍ରଧାନ, ଯୁବ ନେତା ବିମଳ କୁମାର ପଣ୍ଡା, ସୁଧୀର କୁମାର ପାଢ଼ୀ, କାଉନସିଲର ଦେବାଶିଷ ମିଶ୍ର, ପ୍ରୀତିଛନ୍ଦା ସାମଲ, ସନ୍ତୋଷୀ ସେଠି, ୱାଣି ସେନାପତି, ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଯୁବ ବିଜେଡ଼ି ସଭାପତି ସନମୁଖ ପଟ୍ଟନାୟକ,ଶ୍ରୀରାମଚନ୍ଦ୍ର ପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ବି. ଚନ୍ଦ୍ରମଣି ପାତ୍ର, ଵନବାସୀ ଖୁଣ୍ଟିଆ, ସୁରଥ ପ୍ରଧାନଙ୍କ ସମେତ ବିଜୁଜନତା ଦଳର ବହୁ ନେତା ଓ କର୍ମୀମାନେ ସାମିଲ ଥିଲେ ।


