ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଜ୍ୟ ଖାଦ୍ୟ ଆୟୁକ୍ତ ପ୍ରମୋଦ କୁମାର ମେକାପ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ବୁଧବାର ଏଠାରେ ପହଞ୍ଚିବା ପରେ ପ୍ରଥମେ ଖମାର କେଶପୁର, ଜଜାଙ୍ଗ ଅଙ୍ଗନୱାଡି ଓ ନ୍ୟୁଟ୍ରିସନ ଗାର୍ଡେନ ପରିଦର୍ଶନ କରି ଅଙ୍ଗନୱାଡି କର୍ମୀ ଓ ସ୍ୱେଛାସେବୀ ମହିଳାମାନଙ୍କ ସହ ଶିଶୁ ପୃଷ୍ଟି ସାଧନ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ସେଠାରେ ଶିଶୁମାନଙ୍କ ଓଜନ ପରଖିଥିଲେ । ଏହାପରେ ତରାଣ୍ଡୋସ୍ଥିତ ରାଜକିଶୋର ପଣ୍ଡାଙ୍କ ଖୁଚୁରା ବୀକ୍ରୟ କେନ୍ଦ୍ର ପରିଦର୍ଶନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେଉଥିବା ଶିଶୁ ପୃଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ ସହ ପୃଷ୍ଟିହୀନ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଗରଦପୁର ବ୍ଲକ ଅଧିନସ୍ଥ ପାଖଡ ଠାରେ ଥିବା ଅଙ୍ଗନୱାଡି କେନ୍ଦ୍ର, ନ୍ୟୁଟ୍ରିସନ ଗାର୍ଡେନ ଓ ଖୁଚୁରା ବୀକ୍ରୟ କେନ୍ଦ୍ର ପରିଦର୍ଶନ କରି ଜନସାଧାରଣଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଗ୍ରହଣ କରିଥିଲେ । ଆୟୁକ୍ତଙ୍କ ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ , କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ, ବେଷାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମମତା ଯୋଜନାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମନୋରଞ୍ଜନ ଦାସ, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ସତ୍ୟଭାମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ