ରାଜ୍ୟ ସରକାରଙ୍କ ୫% ମହଙ୍ଗା ଭତ୍ତା ଏବଂ ୧୦% ବକେୟା ଦରମାକୁ ଓଡ଼ିଶା କର୍ମଚାରୀ ସମିତିର ବିରୋଧ
ଭୁବନେଶ୍ୱର : ଭାଗ ବକେୟା ଦରମା ସ୍ଥାନରେ ସରକାର ମାତ୍ର ୧୦ ଭାଗ ବକେୟା ଦରମା ଦେଇ ରାଜ୍ୟ କର୍ମଚାରୀମାନଙ୍କୁ ତାଚ୍ଛଲ୍ୟ କରିଛନ୍ତି । ଏବେ ରାଜ୍ୟ ସରକାରଙ୍କ ମହଙ୍ଗା ଭତ୍ତା ସମ୍ପର୍କୀୟ ନିଷ୍ପତ୍ତି ରାଜ୍ୟର ୩ ଲକ୍ଷ କର୍ମଚାରୀ ଓ ୨ ଲକ୍ଷ ପେନ୍ସନଭୋଗୀଙ୍କୁ ହତଚକିତ ଓ ବିବ୍ରତ କରିଛି । ରାଜ୍ୟ ସରକାର ତାଙ୍କର ପ୍ରତିଜ୍ଞାରୁ ଓହରି ୪୦ ବର୍ଷର ପରମ୍ପରାକୁ ଭାଙ୍ଗି ଏବଂ କର୍ମଚାରୀମାନଙ୍କ ବିଶ୍ୱାସ ମୂଳରେ କୁଠାରଘାତ କରି ୬ ମାସର ମହଙ୍ଗା ଭତ୍ତାରୁ କର୍ମଚାରୀ ଓ ପେନ୍ସନଭୋଗୀମାନଙ୍କୁ ବଞ୍ôଚତ କରିଛନ୍ତି । ଦୁର୍ଭାଗ୍ୟର କଥା ଯେ ମୂଲ୍ୟ ସୁଚୀ ସହିତ ମହଙ୍ଗା ଭତ୍ତାର ସମ୍ପର୍କକୁ ସରକାର ଛିନ୍ନ କରି ଅନିଶ୍ଚିତ ବାତାବରଣ ସୃଷ୍ଟି କରିଛନ୍ତି । ଏହା ଜନସାଧାରଣଙ୍କ ନିକଟରେ ଶାସନତନ୍ତ୍ରର ଅସ୍ଥିରତା ଓ ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କର ଏହି ନିଷ୍ପତ୍ତି ଗୋଟିଏ କଳଙ୍କିତ ଇତିହାସ ସୃଷ୍ଟି କରିଛି । ସରକାର ଏହାକୁ ପ୍ରତ୍ୟାହାର କରିବା ଓ ତା ୦୧.୦୭.୨୦୧୯ଠାରୁ ଲାଗୁ କରିବାକୁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ଦାବୀ କରୁଛି । ଅନ୍ୟଥା କର୍ମଚାରୀମାନେ ବଡ଼ ଧରଣର ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ । ଏହି ପ୍ରେସ୍ ଇସ୍ତାହାରରେ ଅଧ୍ୟକ୍ଷ ଭବାନୀ ମୋହନ ପଟ୍ଟନାୟକ, ଉପାଧ୍ୟକ୍ଷ ନିର୍ମଳା ଧଳ, ମହାସଚିବ ଶୁଭେନ୍ଦୁ ରାଉତରାୟ, ସାଧାରଣ ସମ୍ପାଦକ ମୁଖ୍ୟାଳୟ ହୃଷିକେଶ ମହାପାତ୍ର, ସାଧାରଣ ସମ୍ପାଦିକା ମହିଳା ସାମ୍ମୁଖ୍ୟ ଜ୍ୟୋତ୍ସ୍ନାମୟୀ ନାଏକ, ଖୋର୍ଦ୍ଧାଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ପରିଡ଼ା, ବରିଷ୍ଠ ଶିକ୍ଷକ ନେତା ପ୍ରସନ୍ନ ଶ୍ରୀଚନ୍ଦନ, ମଞ୍ଜୁବାଳା ପଟ୍ଟନାଏକ ପ୍ରମୁଖ ଯେଗଦେଇ କ୍ଷୋଭ ପ୍ରକାଶ କରିଛନ୍ତି ।


