ପିପୁଲସ କଲେଜ ଅର୍ଥନୀତି ବିଭାଗର ପାଠଚକ୍ର

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ପିପୁଲସ କଲେଜର ଅର୍ଥନୀତି ବିଭାଗ ପକ୍ଷରୁ ” ଜିଏସଟି ଦ୍ୱାରା ଭାରତର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଭୂମିକା ଓ ଭବିଷ୍ୟତ ଆହ୍ୱାନ” ଶୀର୍ଷକ ପାଠଚକ୍ର ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ କଲେଜର ଅଧ୍ୟକ୍ଷ ରଜନୀକାନ୍ତ ଦାଶ ସଭାପତିତ୍ୱ କରିଥିବା ବେଳେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟପାକ ଆମସ୍ ପଟ୍ଟାମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଅଜୟ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ,ଅଧ୍ୟାପିକା ଅନିତା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୀର୍ଷକ ବିଷୟରେ ଆଲୋଚନା ହୋଇଥିଲା। ଶେଷରେ ଅର୍ଥନୀତି ବିଭାଗ ଅଧ୍ୟାପକ ଅନିଲ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ