ହାଟଡିହି ବ୍ଲକରେ ୧୩ଟି ପରୀକ୍ଷା କେନ୍ଦ୍ରରେ ୨୦୮୫ ଜଣ ପରୀକ୍ଷାର୍ଥୀ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଆସନ୍ତା ୧୯ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୧୩ଟି ପରୀକ୍ଷାକେନ୍ଦ୍ରରେ ମୋଟ ୨୦୮୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପୁର୍ବରୁ ଏହି ବ୍ଲକରେ ମୋଟ ୧୨ଟି ପରୀକ୍ଷାକେନ୍ଦ୍ର ଥିବାବେଳେ ଚଳିତବର୍ଷ ମରୈଗାଁ ହାଇସ୍କୁଲରେ ନୁତନକରି ଅନ୍ୟଏକ ପରୀକ୍ଷାକେନ୍ଦ୍ର କରାଯାଇଛି । ଫଳରେ ଗୋଟ ୧୩ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ôଥମାନେ ପରୀକ୍ଷା ଦେବେ । ଏଥିପାଇଁ ହାଟଡିହି ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଥିବାବେଳେ ଖାତା ଓ ପ୍ରଶ୍ନପତ୍ର ଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖା ଯାଇଛି । ପରୀକ୍ଷାଦିନ ସକାଳୁ ସକାଳୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ପଠାଇବା ପାଇଁ ତିନିଗୋଟି ଟିମ କରାଯାଇଛି । ମୃତ୍ୟୁଞ୍ଜୟ ପଲେଇ ,ନବଘନ ନାୟକ ,ଅନିରୁଦ୍ଧ ସେଠୀ. ନୃଷିହଂ ଚରଣ ପଣ୍ଡା, ପରମାନନ୍ଦ ପରିଡା, ରବିନାରାୟଣ ବାରିକ ପ୍ରମୁଖ ଏହି ଟିମରେ ରହିଛନ୍ତି । ନୋଡାଲ ସୁପରିଟେଣ୍ଡଣ୍ଟ ଭାବେ ଶିଶିର କୁମାର କର ଡେପୁଟି ସୁପରିଟେଣ୍ଡଣ୍ଟ ଭାବେ ଅଶୋକ କୁମାର ଜେନା ରହିଛନ୍ତି । ମରୈଗାଁ ପରୀକ୍ଷାକେନ୍ଦ୍ରରେ ସଢ଼ା, ଇଞ୍ଚୋଳ ଓ ନନ୍ଦିପଦା ହାଇସ୍କୁଲର ୧୦୭ଜଣ ପରୀକ୍ଷାର୍ôଥ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବାବେଳେ ଢ଼େଙ୍କା ପରୀକ୍ଷା କେନ୍ଦ୍ରରେ ବାଙ୍ଗୋର ହାଇସ୍କୁଲ, ସଢ଼ା ଶାରଦେଇ ଗାର୍ଲସ ହାଇସ୍କୁଲ, ଆଶା ଦେବୀ ହାଇସ୍କୁଲ ଜମ୍ଭୀରା, ସୁନ୍ଦରାପାଳ ହାଇସ୍କୁଲର ମୋଟ ୧୫୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ହାଟଡିହି ହାଇସ୍କୁଲରେ ମୁଗୁପୁର ହାଇସ୍କୁଲ, ହାଟଡିହି ଶଶିମଣୀ ଗାର୍ଲସ ହାଇସ୍କୁଲ, ପନ୍ଦାଡୋ ହାଇସ୍କୁଲର ମୋଟ ୧୭୬ଜଣ ପରୀକ୍ଷା ଦେବେ । ନନ୍ଦିପଦା ହାଟ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ଓରାଳି, ମରୈଗାଁ, ବଡରମ୍ପାସର ମୋଟ ୧୧୭ଜଣ, କଳିଗାଁ ପରୀକ୍ଷା କେନ୍ଦ୍ରରେ ଡଅଁର, ଇଞ୍ଚୋଳ, ଶାଳଣିଆଁ, ଅଁରା ହାଇସ୍କୁଲର ମୋଟ ୧୩୭ଜଣ, ବଞ୍ଚୋ ପରୀକ୍ଷାକେନ୍ଦ୍ରରେ ଶାସଙ୍ଗ ହାଇସ୍କୁଲ ଓ ହାଟଡିହି ହାଇସ୍କୁଲର ୧୫୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ବି.କେ ହାଇସ୍କୁଲ ସୋସୋ କାନପୁର ପରୀକ୍ଷାକେନ୍ଦ୍ରରେ ସୋସୋ ଗାର୍ଲସ, କାନପୁର ଗାର୍ଲସ, ନିଶାକର ହାଇସ୍କୁଲ ମଉଦା, ବାରିଗାଁ ହାଇସ୍କୁଲର ୧୨୪ଜଣ ପରୀକ୍ଷା ଦେବେ । ସେହିପରି ମୁଗୁପୁର ହାଇସ୍କୁଲ ପରିକ୍ଷାକେନ୍ଦ୍ରରେ ମୁଗୁପୁର ଗାର୍ଲସ, ସୁଲଣ ଓ ବାହାରିପୁର ହାଇସ୍କୁଲର ୧୫୩ଜଣ, ବାଲିବରେଇ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ସୋସୋ କାନପୁର ହାଇସ୍କୁଲ, ଢ଼େଙ୍କା ହାଇସ୍କୁଲ, ବି.ପି ହାଇସ୍କୁଲ ବଣିଆଁପଙ୍କର୧୪୫ଜଣ, ଜପିଦାସ ପରୀକ୍ଷାକେନ୍ଦ୍ରରେ ଆମ୍ବୋ ହାଇସ୍କୁଲ, ଗିରିଗାଁ ଗାର୍ଲସ ଓ ରମ୍ପାସ ଗାର୍ଲସ ହାଇସ୍କୁଲର ୧୪୩ଜଣ, ବାଙ୍ଗୋର ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୨୦୧ଜଣ, ଟି.ଏମ.ଏକାଡେମୀ ଡଅଁର ପରୀକ୍ଷାକେନ୍ଦ୍ରରେ ୨୪୦ଜଣ, ଆର.ବି. ହାଇସ୍କୁଲ ଷଡଙ୍ଗ ପରୀକ୍ଷାକେନ୍ଦ୍ରରେ ୨୨୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ