ରାମଚଣ୍ଡୀ ପୀଠ ସ୍ୟୈନ୍ଦର୍ଯ୍ୟକରଣ ଅନୁଧ୍ୟାନ କଲେ ଉପମୁଖ୍ୟମନ୍ତ୍ରୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରାମଚଣ୍ଡୀ ପୀଠ ସ୍ୟୈନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଏଥି ନିମନ୍ତେ ଶୁକ୍ରବାର ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ବେଲେଶ୍ୱର ମନ୍ଦିର, ରାମଚଣ୍ଡୀ ପୀଠ ଓ ଚନ୍ଦ୍ରଭାଗା ବେଳାଭୂମି ବୁଲି ଦେଖିଥିଲେ । ପ୍ରଥମେ ବେଲେଶ୍ୱର ମନ୍ଦିରରେ ପହଞ୍ଚି ବେଳାମାର୍ଗରୁ ବେଲେଶ୍ୱର ପୀଠ ପର୍ଯ୍ୟନ୍ତ ୩କୋଟି ୭୧ଲକ୍ଷ ବ୍ୟୟ ଅଟକଳରେ ଟୁରିଜିମ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଥିଲେ। ପରେ ରାମଚଣ୍ଡୀ ପୀଠରେ ପହଞ୍ଚି ମା ରାମଚଣ୍ଡୀଙ୍କୁ ଦର୍ଶନ କରିଥିଲେ। ରାମଚଣ୍ଡୀ ପୀଠ, ମନ୍ଦିରର ଉନ୍ନୟନ ନିମନ୍ତେ ପର୍ଯ୍ୟଟନ ଅଧିକାରୀ, ସେବାୟତଙ୍କ ସହିତ ବିଚାର ବିମର୍ଶ କରିଥିଲେ। ୧୬କୋଟି ବ୍ୟୟ ଅଟକଳରେ ରାମଚଣ୍ଡୀ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ। ଏଠାରେ ଏକ ଜେଟି ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଶେଷରେ ଚନ୍ଦ୍ରଭାଗା ବେଳାଭୂମି ସ୍ୟୈନ୍ଦର୍ଯ୍ୟକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚନ୍ଦ୍ରଭଗା ତୀର୍ଥ ପୁଷ୍କରିଣୀ ସମୁଖ ସମୁଦ୍ର କୂଳରୁ ମେରାଇନ ଥାନା ସମ୍ମୁଖ ପର୍ଯ୍ୟନ୍ତ ବିକାଶ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଙ୍ଗ ବେଞ୍ଚ, ଲାଇଫ ଗାର୍ଡ , ସୁରକ୍ଷା ବ୍ୟବସ୍ତା,ଆଲୋକ ବ୍ୟବସ୍ତା ସହିତ ମଡୁଲାର ଶୌଚାଳୟ ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ। ଫଳରେ କୋଣାର୍କ,ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୀଠକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେବ। ପର୍ଯ୍ୟଟନ ବିଭାଗ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛି। କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି,ମା ରାମଚଣ୍ଡୀ ପୀଠ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହା ଆମ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହ ନିର୍ଦେଶକ ସରୋଜକାନ୍ତ ପ୍ରଧାନ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାରୀ ସେଠୀ,ନିମାପଡ଼ା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, ରାମଚଣ୍ଡୀ ଆଇଆଇସି ସୁରେଶ ଚନ୍ଦ୍ର ପୃଷ୍ଟି, କୋଣାର୍କ ଆଇଆଇସି ପୂର୍ଣଚନ୍ଦ୍ର ସେଠୀ,ରାମଚଣ୍ଡୀ ସେବାୟତ ପ୍ରକାଶ ଚନ୍ଦ୍ର ପଣ୍ଡା,ଚିତ୍ରସେନ ପଣ୍ଡା ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I


