ରାଶି ଅନୁଯାୟୀ ପେଟ୍

ଘରେ ଗୃହପାଳିତ ଜୀବ ଥିଲେ ସେମାନଙ୍କ ସହ ସମୟ ବିତେଇବା ଦ୍ୱାରା ଅବସାଦ ଦୂର ହୋଇଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ତେବେ ରାଶି ଅନୁଯାୟୀ ଗୃହପାଳିତ ଜୀବ ରଖିବା ଦ୍ୱାରା ଏହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡିଥାଏ । ଜାଣନ୍ତୁ ସେ ସମ୍ପର୍କରେ ।
ପ୍ରାକୃତିକ ତଥା ସୁନ୍ଦର ବାତାବରଣ ମଧ୍ୟରେ ରହିବାକୁ ପସନ୍ଦ କରୁଥିବା ତୁଳା ରାଶିର ବ୍ୟକ୍ତିମାନେ ପର୍ଶିଆନ୍ ବିଲେଇକୁ ପୋଷା ଭାବେ ରଖିବା ଭଲ ।
ସାଧାରଣତଃ ଚଞ୍ଚଳ ସ୍ୱଭାବର ହୋଇଥିବା ବିଛା ରାଶି ବ୍ୟକ୍ତିଙ୍କ ଲାଗି ବିଲେଇ ଏକ ଉତ୍ତମ ଗୃହପାଳିତ ଜୀବ ।
ସ୍ୱତନ୍ତ୍ରତା, ଆତ୍ମନିର୍ଭରଶୀଳ ତଥା ଆଶାବାଦୀ ସ୍ୱଭାବର ଧନୁରାଶିର ବ୍ୟକ୍ତିମାନେ କଇଁଛ କିମ୍ବା ମାଛକୁ ପୋଷା ଜୀବ ଭାବେ ରଖିପାରିବେ ।
ନିଜର ପରିଶ୍ରମ ଲାଗି ପରିଚୟ ଲାଭ କରୁଥିବା ମକର ରାଶି ବ୍ୟକ୍ତିଙ୍କ ଲାଗି କୁକୁର ଏକ ଉତ୍ତମ ଗୃହପାଳିତ ଜୀବ ।
ନିଜ ଜୀବନରେ ଅନ୍ୟମାନଙ୍କ ଦଖଲ ପସନ୍ଦ ନ କରୁଥିବା କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଲାଗି ଲଭବାର୍ଡସ୍ ଏକ ଉତ୍ତମ ପୋଷା ଜୀବ ।
ସମ୍ବେଦନଶୀଳ, ଖୋଲା ହୃଦୟ ସ୍ୱଭାବର ହୋଇଥିବା ମୀନ ରାଶି ବ୍ୟକ୍ତିଙ୍କ ଲାଗି ମାଛ ବା ଠେକୁଆକୁ ପାଳିବା ଶୁଭପ୍ରଦ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ