ରାୟଗଡା ଜିଲ୍ଲା ବିଜେଡି ଉର୍ମିଳା ମହାପାତ୍ର ଗୁଣପୁର ନଗର ସଭାନେତ୍ରୀ

ଗୁଣପୁର,(ୱାଇଏନଏସ): ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ରାୟଗଡ଼ା ଜିଲ୍ଲା ୧୧ଟି ବ୍ଳକ୍ ଓ ୩ଟି ନଗରର ମହିଳା ସଭାନେତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ରାୟଗଡ଼ା ବ୍ଳକ୍ ସଭାନେତ୍ରୀ ଭାବେ କୁମାରୀ ପଲ୍ଲିକା, ରାୟଗଡ଼ା ଟାଉନ ସଭାନେତ୍ରୀ ଭାବେ ସୁଜାତା ସାହୁକାରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କାଶୀପୁରରେ ସୌଭାଗିନୀ ବହୁକ, ବିଷମକଟକର ସୁବ୍ରନ୍ଦିନୀ ୱାଡାକା, ମୁନିଗୁଡ଼ାର ଲବଣୀ, କୋଲନରାରେ ହାମି ହିମିରିକା, କଲ୍ୟାଣସିଂହପୁରରେ ନିର୍ମଳା କାଡ୍ରାକା, ପଦ୍ମପୁରରେ ସୁପ୍ରିୟା ରାଉତ, ରାମନାଗୁଡ଼ାରେ ସଂଗୀତା ପ୍ରଧାନୀ, ଚନ୍ଦ୍ରପୁରରେ ସଞ୍ଜିତା ପ୍ରତିଙ୍ଗା, ଗୁଡ଼ାରୀରେ ଅରିଲା ମିଶାଲ, ଗୁଡ଼ାରୀ ଏନ୍‌ଏସିରେ ସଇଁତରୀ କଣ୍ଡଗରୀ, ଗୁଣପୁର ବ୍ଳକରେ ସଙ୍ଗୀତା ଭୂୟାଁ ଓ ଗୁଣପୁର  ନଗର ସଭାନେତ୍ରୀ ଭାବେ ପୂର୍ବତନ କାଉନସିଲର ଉର୍ମିଳା ମହାପାତ୍ର ପ୍ରମୁଖଙ୍କୁ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଗିନୀ ଛୁରିଆ ନିଯୁକ୍ତି ଦେଇଛନ୍ତି । ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅନୁସୟା ମାଝୀ, ରାଜ୍ୟ ବିଜେଡି ବରିଷ୍ଠ ନେତା ସୁଧୀର ଦାସ, ଜଗଦୀଶ ପାତ୍ର ପ୍ରମୁଖ ନବ ନିଯୁକ୍ତ ମହିଳା ସଭାନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ