ସିଡିପିଓଙ୍କ ଦୁର୍ନୀତକୁି ବିରୋଧ କରି ଅନିର୍ଦିଷ୍ଟ କାଳ ଧାରଣାଦେଲେ ଅଙ୍ଗନବାଡି ଦିଦି
ଗୁଣପୁର (ୱାଇଏନଏସ)ରାୟଗଡା ଜିଲ୍ଲା ଗୁଣୁପୁର ଆଇସିଡିଏସ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଡିପିଓ ସୁଷମା ପ୍ରସାଦଙ୍କ ଦୁର୍ନୀତି ଓ ମନମୁଖୀ ଶାସନ ବିରୋଧରେ ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅଙ୍ଗନବାଡି କର୍ମୀ ମାନେ ଧାରଣାରେ ବସିଛନ୍ତି। ଆଜି ଅଲ ଓଡିଶା ଅଙ୍ଗନବାଡ ଓ୍ବାର୍କର ଆସୋସିଏସନ ର ଗୁଣୁପୁର ଶାଖା ପକ୍ଷରୁ ଅଙ୍ଗନବାଡି ଦିଦି ମାନେ ସିଡିପିଓ ଙ୍କ କାର୍ଯ୍ୟାଳୟ ସମୁଖର ଅନିର୍ଦିଷ୍ଟ କାଳ ପାଇଁ ଧାରଣାରେ ବସିରହିଛନ୍ତି। ସମନ୍ବିତ ଶିଶୁ ବିକାଶ ଅଧିକାରୀ ଙ୍କ ଅଧିନରେ ଥିବା ୭ ଟି ସେକ୍ଟର ର ୨୩୯ କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ର କୁ ବନ୍ଦ କରି ସମସ୍ତ ଦିଦି ମାନେ ଧାରଣା ଦେଇ ବସିରହିଛନ୍ତି। ଯେ ପର୍ଯ୍ୟନ୍ତ ପ୍ରଶାସନ କୈାଣସି ନିଷ୍ପତ୍ତି ନନେଇଛି ସେପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଖୋଲାଖୋଲି ଚେତାବନୀ ଦିଆଯାଇଛି। ପୁର୍ବରୁ ସଂଘ ର କାର୍ଯ୍ୟକାରୀ ସଭାପତୀ ଯଶସ୍ବୀନୀ ମହାପାତ୍ର ଙ୍କ ନେତୃତ୍ବରେ କର୍ମକର୍ତା ଓ ଅଙ୍ଗନବାଡି କର୍ମୀ ମାନେ ଏନେଇ ରାୟଗଡ଼ା ଜିଲ୍ଲାପାଳ ଓ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲିପ୍ ଙ୍କୁ ଭେଟି ଲିଖିତ ଜଣାଇଥିଲେ। ସଂଘ ପକ୍ଷରୁ ୨୦୨୬ ଜୁଲାଇ ୧୮ ତାରିଖରେ ଗୁଣୁପୁର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଗୁଣୁପୁର ଉପଜିଲ୍ଲାପାଳଙ୍କ ଅଦାଲତ ପ୍ରକୋଷ୍ଠରେ ଜୁଲାଇ ୨୪ ଓ ଅଗଷ୍ଟ ୧୧ ତାରିଖରେ ଉଭୟ ପକ୍ଷଙ୍କୁ ତଦନ୍ତ କରିଥିଲେ। ତଦନ୍ତ ସମୟରେ ଲିଖିତ ଭାବେ ତଥ୍ୟ ଓ ବୟାନ ଗ୍ରହଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସିଡିପିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗରେ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ କେନ୍ଦ୍ର ଗୁଡିକ ବନ୍ଦ ରହିଛି।


