ଆତଙ୍କୀକୁ ଧରିବା ପାଇଁ ଆଣ୍ଟିଟେରୋରିଷ୍ଟ ଟିମ ର ତଲାସୀ

ନୂଆଦିଲ୍ଲୀ ,ଚେନ୍ନାଇ : ଦେଶରେ ଆତଙ୍କବାଦୀଙ୍କ ଆତଙ୍କରାଜ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଭିନ୍ନ ସମୟରେ ଭାରତ ଭଳି ଏକ ଧର୍ମନିରେପେକ୍ଷ ରାଷ୍ଟ୍ରାରେ ଆତଙ୍କବାଦୀ ମାନେ ପ୍ରବେଶ କରି ଘଟାଉଛନ୍ତି ଅମାନବୀୟ କାଣ୍ଡ । କେନ୍ଦ୍ର ସରକାରଙ୍କ ତରଫରୁ ଆତଙ୍କବାଦୀ ମାନଙ୍କ ପ୍ରବେଶକୁ ସଂମ୍ପୂର୍ଣ୍ଣ ଭଣ୍ଡୁର କରିବା ନିମନ୍ତେ ବୋର୍ଡରରେ ଭାରତୀୟ ସେନା ବାହିନୀକୁ ସଂମ୍ପୂର୍ଣ୍ଣ ଅଧିକାର ଦେଇଛନ୍ତି । ତଥାପି ଦେଶରେ କିଛି ଅସାଧୁ ଓ ଖଳଲୋକ ମାନେ ଆତଙ୍କବାଦୀ ମାନଙ୍କୁ ସାହାର୍ଯ୍ୟ କରିଥିବାର ନଜିର ରହିଛି । ଗତ କିଛି ଦିନ ତଳେ ଉତ୍ତର ପ୍ରଦେଶରେ ଜଣେ ହିନ୍ଦୁ ସଂଗଠନର ନେତାଙ୍କୁ ଆତଙ୍କବାଦୀ ମାନେ ଅତି ନିଷ୍ଠୁର ଭାବେ ହତ୍ୟା କରିଥିଲେ । ପୁଣି ଥରେ ୬ ଜଣ ହିନ୍ଦୁବାଦୀ ନେତାଙ୍କୁ ହତ୍ୟାକରିବା ନିମନ୍ତେ ଆତଙ୍କବାଦୀ ମାନେ ଦେଶରେ ପ୍ରବେଶ କରିଥିବା ବିଶ୍ୱସ୍ତ ସୂତରୁ ସୂଚନା ପାଇଛି ଗୁଇନ୍ଦାବିଭାଗ । ଏଥିସହ ତାମିଲନାଡୁରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ ର ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସୂଚନା ପାଇବା ପରେ ଏନ୍‌ଆଇଏ ର ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ ପକ୍ଷରୁ ତାମିଲନାଡୁର ୬ ଟି ସ୍ଥାନରେ ତଲାସୀ କରିଥିବା ଜଣାପଡିଛି । । ତାମିଲନାଡୁର କୋଭାଇର ର ଦୁଇଟି ସ୍ଥାନ ସମେତ ଇଲାୟାନଗୁଡି, ତ୍ରିଚି ,କାୟଲପଟିନମ୍‌ ଓ ନାଗାପଟ୍ଟିନମର ଗୋଟିଏ ଅଂଚଳ ଏନଆଇଏ ପକ୍ଷରୁ ଅଂଚଳରେ ତଲାସୀ କରାଯାଇଛି । କେଉଁ ହିନ୍ଦୁବାଦୀ ୬ ଜଣ ନେତାକୁ ଆତଙ୍କବାଦୀ ମାନେ ହତ୍ୟା କରିବା ପାଇଁ ଯୋଜନା କରିଛନ୍ତି ସେନେଇ ସରକାରୀ ଭାବେ କୈାଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକୁ ଦୃଢ ହସ୍ତରେ ଦମନ କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ