ରୁଚିକା ଆତ୍ମହତ୍ୟା ତଦନ୍ତ ମାମଲାରେ ଅତିରିକ୍ତ ଡ଼ିସିପିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ : ଜନ ଅଧିକାର ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ୧୦ ଦିନ ବିତିଗଲା ପରେ ମଧ୍ୟ କାହାରିକୁ ଗିରଫ କରାଯାଇ ନାହିଁ । ରୁଚିକା ତାଙ୍କ ସୁଇସାଇଡ଼ ନୋଟରେ ତିନିଜଣ ଛାତ୍ରୀଙ୍କ ବିରୁଦ୍ଧରେ ଗୁରୁତର ର‌୍ୟାଗିଂ ନିର୍ଯ୍ୟାତନା ଅଭିଯୋଗ ଆଣି ଆତ୍ମହତ୍ୟାର କାରଣ ବୋଲି ଦର୍ଶାଇଥିଲେ । ରୁଚିକାଙ୍କ ମା’ ବିଗତ ୧୦ ଦିନ ଧରି ବିଜେବି କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ । ଆଜି ତାଙ୍କୁ ଯେଉଁଭଳି ଭାବରେ ଅପମାନିତ କରି ଏକ ଅପରାଧି ଭାବେ ପୋଲିସ୍ ସେଠାରୁ ଉଠାଇ ନେଇଥିଲେ ତାହା ସମସ୍ତଙ୍କୁ ସ୍ତମ୍ଭିଭୂତ କରିଛି । ଆଜି ଅତିରିକ୍ତ ଡ଼ିସିପି ରୁଚିକା ଆତ୍ମହତ୍ୟା ଘଟଣା ବିଷୟରେ ଗଣମାଧ୍ୟମକୁ ଯେଉଁ ବିବୃତ୍ତି ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଚାପର ବଶବର୍ତ୍ତୀ ହୋଇ ଏଭଳି ବକ୍ତବ୍ୟ ଦେଇଛନ୍ତି ବୋଲି ମନେହୁଏ । ସାରା ଓଡ଼ିଶାରେ ଛାତ୍ରଛାତ୍ରୀମାନେ ରୁଚିକା ମହାନ୍ତି ଆତ୍ମହତ୍ୟାର ପ୍ର୍ରକୃତ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଅପେକ୍ଷା କରି ବସିଛନ୍ତି । ମାତ୍ର ଯେଉଁ ପ୍ରକ୍ରିୟାରେ ତଦନ୍ତ ଚାଲିଛି ପ୍ରକୃତ ଦୋଷୀ ନିର୍ଦ୍ଦୋଷରେ ମୁକୁଳିଯିବେ ବୋଲି ମନେ ହେଉଛି । ତେଣୁ ଜନ ଅଧିକାର ପାର୍ଟି ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପାଇଁ ଦାବି କରିଛି । ନଚେତ ଆଗାମୀ ଦିନରେ ଏକ ଗଣ ଆନ୍ଦୋଳନ ହେବ ବୋଲି ଦଳର ରାଷ୍ଟ୍ରୀୟ ମହାସଚିବ ଶ୍ରୀ ଦେବାଶିଷ ମିଶ୍ର ଏବଂ ବିକାଶ କୁମାର ସରକାର ପ୍ରମୁଖ ଚେତାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ