ରେଡ଼କ୍ରସ ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ବିଦ୍ୟାଳୟ ପରିସରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି | ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯେ କୋୖଣସି ସେବା ପାଇଁ ମନୋଭାବ ନିଜ ଅନ୍ତରାତ୍ମାରୁ ଆସିଥାଏ ବୋଲି ବକ୍ତା ଗଣ ପ୍ରକାଶ କରିଥିଲେ |ଯୁବରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ |ଗଣିତ ବିଭାଗ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଦେଵେଶ ଚନ୍ଦ୍ର ମହାପାତ୍ର ଅଧ୍ୟାପକ ପି ଦୀପକ ରାଓ, ଦିପୁ ଭୂୟାଁ, ମହେଶ୍ୱର ରାଉତ ବିଭିନ୍ନ ସମୟରେ ବିଦ୍ୟାଳୟରେ ରେଡକ୍ରସ ଦ୍ୱାରା ନିଆଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ |ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ନିଜର ଅଭିଜ୍ଞତା ବର୍ଣନା କରିଥିଲେ |ଯୁବ ରେଡ଼କ୍ରସରେ ଦୁଇ ବର୍ଷ ମିଶିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା |ଶେଷରେ ସ୍ୱରୂପା ରାଣୀ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ