ରେଡ ରିବନ କ୍ଲବ ପକ୍ଷରୁ ବିଶ୍ୱ ଯୁବ ସପ୍ତାହ ପାଳିତ
ଗାଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) ; କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେଡ ରିବନ କ୍ଲବ ପକ୍ଷରୁ ତିନିଦିନିଆ ବିଶ୍ୱ ଯୁବ ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମ ଦିନ ରକ୍ଷାବନ୍ଧନ ଅବସରରେ ଯୁବ ରେଡକ୍ରସ କ୍ଲବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଡ ରିବନ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିବାବେଳେ ଦ୍ୱିତୀୟ ଦିନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏଡସ୍ ଅବ୍ୟାହତ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ହୋଇଯାଇଛି । ତୃତୀୟ ଦିନ ଉଦ୍ଜାପନ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଅରୁଣା ଅନୁଷ୍ଠାନର ମୁଖ୍ୟ ଲୋକନାଥ ମିଶ୍ର ଯୋଗଦେଇ ଭାରତର ବିଶିଷ୍ଟ ଦିବ୍ୟାଙ୍କ ଏଭେରେଷ୍ଟ ଅରୁଣିମା ସିହ୍ନାଙ୍କ ଉଦାହରଣ ଦେଇ ଲକ୍ଷ୍ୟ ନିକଟରେ ପହଞ୍ଚିବା ପାଇଁ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ କହିଥିଲେ । ଯୁବରେଡ କ୍ରସର ଉପଦେଷ୍ଟା ବି.ଗୋବିନ୍ଦ ରାଓ ସ୍ୱାଗତ ଭ।।ଣ ଦେଇଥିବାବେଳେ ସ୍ୱରୁପା ବିଶ୍ୱାଳ ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର ଠାକିୁଆ, ପ୍ରଦୀପ ତ୍ରୀପାଠୀ, କପିଳ ସାହୁ, ସୁଶାନ୍ତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।


