ସାମ୍ବାଦିକଙ୍କୁ ଆକ୍ରମଣ

ପୋଲସରା ,(ଯୁଗାବ୍ଦ ନ୍ୟୁଜ୍): କବିସୂର୍ଯ୍ୟନଗର ବ୍ଳକ ଥାନା ଅନ୍ତର୍ଗତ ରୁମାଗଡ ପଂଚାୟତ ସ୍ଥିତ ଖପରାଗଣ୍ଡା ଗ୍ରାମରେ ଜଣେ ସାମ୍ବାଦିକ ନିଜର କର୍ତ୍ତବ୍ୟ ସାରି ଫେରୁଥିବା ସମୟରେ କିଛି ଦୂବୁର୍ତ୍ତ ସାମ୍ବାଦିକଙ୍କୁ ମାଡମାରିବା ସହ ତାଙ୍କ ଠାରୁ ମୋଟର ସାଇକେଲ ଓ ସୁନା ମୁଦି ସମେତ ନଗତ ୭ ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଗତ କିଛି ଦିନ ତଳେ ଅଙ୍ଗନବାଡିରେ ଏକ ବଡ ଖବର ପ୍ରକାଶ ହୋଇଥିଲା । ଠିକ୍ ସେହିପରି ଅଗଷ୍ଟ ୧୫ ତାରିଖ ଦିନ ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ ପତାକା ଉତ୍ତୋଳନ ହୋଇନଥିଲା ଏହି ବିସୟରେ ସାମ୍ବାଦିକ ଜଣକ ନିଜ ମୋବାଇଲରେ ଫଟୋ ଉତୋଳନ କରିଥିଲେ । ଏହି ଘଟଣା ପରେ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀ ଓ କିଛି ଯୁବକ ଯୁବ ସାମ୍ବାଦିକ ରଞ୍ଜିୟ ପାଣିଗ୍ରାହି ଙ୍କ ଜୋର ଜବର ଦସ୍ତ ଲୁଟ କରିବା ସହ ମରଣାନ୍ତକ ଆକ୍ରମଣ ହୋଇଥିବା ୍ଥାନାରେ ଲିଖିତ ଜଣାଇଛନ୍ତି । ଏହି ଘଟଣା ପରେ ଥାନାରେ ମାମଲା ର ଦୁର୍ହି ଗୋଷ୍ଠି ମଧ୍ୟରେ ସମାଧାନ ହୋଇଯାଇଛି । ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା କୁ ପୋଲସରା ଗଂଜାମ ଜିଲ୍ଲା ପକ୍ଷରୁ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତ ମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇର୍ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ