ରେଳ ଷ୍ଟେସନ ପାଶ୍ୱର୍ ବନ୍ଦ ପଦଚଲା ରାସ୍ତା ଖୋଲିବାକୁ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-ରେଳ ବିଭାଗ ପକ୍ଷରୁ ବାଲେଶ୍ୱର ଷ୍ଟେସନର ପୂର୍ବପାଶ୍ୱର୍ ପାଦଚଲା ରାସ୍ତା ବନ୍ଦକୁ ନେଇ କ୍ରମଶଃ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବିଭିନ୍ନ ଗଣ ସଙ୍ଗଠନ ପୂର୍ବରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ଦକ୍ଷିଣ-ପୂର୍ବ ରେଳ ବିଭାଗ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ସମ୍ମାରକପତ୍ର ପ୍ରଦାନ କରାଯାଇଛି । ସଙ୍ଗଠନର କର୍ମକର୍ତ୍ତାଙ୍କ ଆରୋପ ଅନୁସାରେ ବର୍ଷ ବର୍ଷ ଧରି ଜନସାଧାରଣ ଏହି ରାସ୍ତା ଦେଇ ଯାତାୟାତ କରି ଆସୁଥିଲେ । ବିଶେଷ କରି ରେଳ ଷ୍ଟେସନରୁ ସହରର ସହଦେବଖୁଣ୍ଟା, ବସଷ୍ଟାଣ୍ଡ, ଅରଡ଼ବଜାର, ନୂଆବଜାର, ଫାଣ୍ଡିବଜାର ଓ କଚେରୀ ଯିବା ପାଇଁ ଏହି ସଟକର୍ଟ ରାସ୍ତାକୁ ବ୍ୟବହାର କରି ଆସୁଥିଲେ । ଏହା ବନ୍ଦ ହୋଇଯିବା ଫଳରେ ଲୋକେ ଅଟୋ ଯୋଗେ ଖର୍ଚ୍ଚାନ୍ତ ହୋଇ ଯା’ଆସ କରୁଛନ୍ତି । ରାସ୍ତାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଆଳ କରି ରେଳ ବିଭାଗ ଏହାକୁ ବନ୍ଦ କରିଦେବା କେତେ ସମୀଚୀନ ବୋଲି ସଙ୍ଗଠନର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ଅସାମାଜିକ କାର୍ଯ୍ୟକଳାପ ରୋକିବା ଦିଗରେ ଉଚିତ ପଦକ୍ଷେପ ନେବା ପରିବର୍ତ୍ତେ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିବା କେଉଁ ନ୍ୟାୟରେ ବୋଲି ସେମାନେ କହିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନେବା ସହ ବନ୍ଦ ରାସ୍ତା ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଖୋଲା ନ ଗଲେ ଆଗାମୀ ଦିନରେ ସହରବାସୀ ଆନ୍ଦୋଳନମୁଖୀ ହେବେ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଅବସରରେ ଦକ୍ଷିଣ-ପୂର୍ବ ରେଳ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଲେଶ୍ୱର ରେଳ ଅତିରିକ୍ତ ଖଣ୍ଡଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନର ମୁଖ୍ୟ ସଂଯୁକ୍ତାରାଣୀ ବେହେରାଙ୍କ ସମେତ ଦୁକୁଲୁ ଘଡ଼େଇ, ମଦନ ମୋହନ ଦାସମହାପାତ୍ର, ଜ୍ୟୋତିପ୍ରକାଶ ଦେ, ଛବିରାଣୀ ମନ୍ତ୍ରୀ, ସତ୍ୟେନ୍ଦ୍ର ଦାସ, ଲିପି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ