କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବାଲେଶ୍ୱରର ନିର୍ବାଚିତ ପ୍ରତିନିଧି ଓ ବିଜେପି କାର୍ଯ୍ୟକର୍ତ୍ତା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ବିଜେପି ସମର୍ଥିତ ନବ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ, ୱାର୍ଡ଼ କାଉନସିଲରଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦଳୀୟ ସାଙ୍ଗଠନିକ ବିଷୟରେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ମନ୍ତ୍ର ଆଧାରରେ ଜନକଲ୍ୟାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଛନ୍ତି । ଏହି ସାକ୍ଷାତ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲା ପ୍ରଭାରୀ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱରରୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ତଥା ସଦର ନିର୍ବାଚନମଣ୍ଡଳୀ ନେତା ମାନସ କୁମାର ଦତ୍ତଙ୍କ ସମେତ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଜିଲା ପରିଷଦ ସଭ୍ୟ ଗୟାଧର ବେହେରା, ୱାର୍ଡ଼ କାଉନସିଲର ସସ୍ମିତା ନାଥ, ରୋଜାଲିନ ପାଣି, ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ପ୍ରତିମା ବେହେରା, ଗୌରୀ ଦାଶ, ଭାରତୀ ପାତ୍ର, ନିରୁପମା ଦାଶ, ସରପଞ୍ଚ ରାମନାରାୟଣ ଦ୍ୱିବେଦୀ, ରବିନାରାୟଣ ପ୍ରଧାନ, ସମିତି ସଭ୍ୟ ରବୀନ୍ଦ୍ର ଜେନା, ସୁଜିତ ଦେବ, ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଦୁକୁଲ ଘଡେଇ, ଚନ୍ଦ୍ରଶେଖର ନନ୍ଦ, ସମର ଶଙ୍କର କାନୁନଗୋ, ସର୍ବେଶ୍ୱର ମହାନ୍ତି, ଶ୍ରୀକାନ୍ତ ମହାପାତ୍ର, ରବୀନ୍ଦ୍ର ମଣ୍ଡଳ, ଶ୍ରୀନିବାସ ମହାଳିକ, ମାନସ କୁମାର ସାହୁ ପ୍ରମୁଖ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


