ଜରୀନଙ୍କ ଇଚ୍ଛା ଓଡ଼ିଆ ଖାଦ୍ୟ ଖାଇବାକୁ
ଓଡ଼ିଶା ଗସ୍ତରେ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ଜରୀନ୍ ଖାନ୍ । ସେ “ଓଡ଼ିଶା କୁଇନ୍-୨୦୧୯’ ବିୟୁଟି ପ୍ୟାଜେଣ୍ଟର ଗ୍ରାଣ୍ଡ ଫିନାଲେରେ ଜଜ୍ ଭାବେ ଯୋଗ ଦେବାକୁ ଆସିଛନ୍ତି । ଏହା ହେଉଛି ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ଏଥର ଯଦି ତାଙ୍କୁ କିଛି ସମୟ ମିଳେ, ତା’ହେଲେ ସେ ଓଡ଼ିଶାର କିଛି ଖାଦ୍ୟ ଖାଇବେ ବୋଲି କହିଛନ୍ତି । “ଓଡ଼ିଶା କୁଇନ୍-୨୦୧୯’ର ଫାଇନାଲ୍ ରାଉଣ୍ଡ ପୂର୍ବରୁ ପ୍ରତିଯୋଗୀମାନଙ୍କୁ ନେଇ ଚାରୋଟି ପର୍ଯ୍ୟାୟରେ ଅଡିସନ୍ ହୋଇଥିଲା । ଏଥିରେ ମୋଟ୍ ୨୧ ଜଣ ସୁନ୍ଦରୀ ମଡେଲ୍ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଛନ୍ତି ।
ଅନନ୍ୟା ଆଚାର୍ଯ୍ୟ, ସୌମ୍ୟା ସାହୁ, ଶୁଭଶ୍ରୀ ଜେନା, ଭକ୍ତି ଭବାନୀ ପଟ୍ଟନାୟକ, ପାୟଲ ଧଳ, ଆର୍ଯ୍ୟବାଳା ଜେନା, ମେହକ ଦାସ, ସୁପ୍ରଭା ମଲିକ, ନିକିତା ସିଂ, ଅନ୍ୱେଷା ଆଦିତି, ରୁନ୍ଦ୍ରାଙ୍ଗୀ ସୁନ୍ଦରରାୟ, ମଞ୍ଜୁଳି ନାୟକ, ମନାଲୀ ସାହୁ, ଦୀପ୍ତି ଥାପ୍ପା, ମେଲିସା ନାୟକ, ପ୍ରଦ୍ୟାଶା ପାତ୍ର, ଦୀପ୍ତିରେଖା ଦାସ, ସାମା ସିଂ, ଇଭା ଜେମ୍ସ, ପୂଜା ସିଂ ଓ ନିକିତା ରାଉତ ପ୍ରମୁଖ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡରେ ପହଞ୍ଚିଛନ୍ତି ।
ଯେଉଁ ପ୍ରତିଯୋଗୀ ଏହି ପ୍ରତିଯାଗିତା ଜିତିବେ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିବ । ଏହି ପ୍ରତିଯାଗିତାର ନିର୍ଦ୍ଦେଶକ ଅଛନ୍ତି ଶାନ୍ତନୁ କୁମାର ସିଆ ।


