ଡେଲିଭରି ବଏ ନିଜ ସଞ୍ଚୟରୁ କିିଣିଲେ ସ୍ୱପ୍ନର ବାଇକ୍
ଅନ୍ଲାଇନ୍ ଫୁଡ ଡେଲିଭରି ବ୍ୟବସାୟର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଛି । ତେବେ ନିକଟରେ କରନାଲର ଜଣେ ଡେଲିଭରି ବଏ ୫ମାସର ସଞ୍ଚୟ ଟଙ୍କାରେ ନିଜ ସ୍ୱପ୍ନର ବାଇକ୍ କିଣିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବାଇକ୍ କିଣିବା ପରେ ଲୋକମାନେ ଉକ୍ତ ଡେଲିଭରି ବଏଙ୍କୁ କିଭଳି ପ୍ରଶ୍ନ ପଚାରିଛନ୍ତି ଆସନ୍ତୁ ଜାଣିବା । କରନାଲର ସୁରଜ ଜାମାଟୋରେ ଡେଲିଭରି ବଏ୍ ଭାବେ କାମ କରନ୍ତି । ସୁରଜ ୫ମାସର ସଞ୍ଚୟରୁ କିଣିଥିବା ବାଇକ୍ ସହିତ ଉଠାଇଥିବା ଫଟୋକୁ ଜାମାଟୋ ସିଇଓ ଦିପେନ୍ଦର ଗୋଏଲ ସେୟାର କରିଛନ୍ତି । ଦିପେନ୍ଦର ଲେଖିଛନ୍ତି, ଆମର କରନାଲ (ହରିୟାଣା) ଟିମ୍ର ସଦସ୍ୟ ସୁରଜ ୫ମାସରେ ନିଜ ସଞ୍ଚୟରୁ ଏକ ସୁପରକୁଲ ବାଇକ୍ କିଣିଛନ୍ତି । ତାଙ୍କୁ ଦେଖିଲେ ଆପଣମାନେ ହାତ ମିଳାଇବାକୁ ଭୁଲିବେ ନାହିଁ । ଏହା ଆମ ଜାମାଟୋ ଡେଲିଭରି ଟିମ୍ର ବହୁ ପ୍ରେରଣାଦାୟୀ କାହାଣୀ ମଧ୍ୟରୁ ଗୋଟିଏ । ସୁରଜ ଯେଉଁ ବାଇକ୍ କିଣିଛନ୍ତି ତାହାର ବଜାର ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ଦିପେନ୍ଦରଙ୍କ ଟୁଇଟ ପରେ ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ଯେ, ଡେଲିଭରି ବଏ ସୁରଜଙ୍କ ମାସିକ ପାରିଶ୍ରମିକ କେତେ? ସେ ତାଙ୍କର ମାତ୍ର ୫ମାସ ସଞ୍ଚୟରୁ ସ୍ୱପ୍ନରେ ବାଇକ୍ କିଣି ଦେଇଛନ୍ତି । ଜାମାଟୋ ତାର ଡେଲିଭରି ବଏଙ୍କୁ ଏମିତି କେତେ ପାରିଶ୍ରମିକ ଦେଉଛି? ଏମିତି କେତେକ ଲୋକ ଏହି ଟୁଇଟକୁ ଦେଖିବା ପରେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ।


