ରେସ୍ପଣ୍ଡ୍ ଟ୍ରଷ୍ଟ୍ ର “ଆମରି ସ୍ୱାସ୍ଥ୍ୟ ” କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ): ଆଜି ରେସ୍ପଣ୍ଡ୍ ଟ୍ରଷ୍ଟ୍ ଅନୁକୂଲ୍ୟ ରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇଥିଲା I ସାମ୍ପ୍ରତିକ ସ୍ଥିତିରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତାକୁ ହୃଦବୋଧ କରି ଏହି କାର୍ଯ୍ୟକ୍ରମ ଦୀର୍ଘଦିନ ହେବ ବିଭିନ୍ନ ଅଞ୍ଚଳରେ ରେସ୍ପଣ୍ଡ ଟ୍ରଷ୍ଟ ଦ୍ୱାରା ଜାରି ରହିଛି ! ଆଜିର କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ଦାସଙ୍କ ତତ୍ତ୍ୱାବଧାନରେ 50ରୁ ଉର୍ଦ୍ଧ ରୋଗୀଙ୍କୁ ସ୍ଵାସ୍ଥ୍ୟ ଭିତ୍ତିକ ପରାମର୍ଶ ପ୍ରଦାନ ସହ ସେମାନଙ୍କର ରକ୍ତ ଶର୍କରା, ହିମୋଗ୍ଲୋବିନ, ରକ୍ତ ଚାପ, ୟୁରିକ ଏସିଡ ଭଳି ବିଭିନ୍ନ ଅତ୍ୟାବଶକ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିୟଙ୍କ ନେତୃତ୍ୱରେ କାହ୍ନୁ ପରିଡା ସଂଯୋଜନା କରିଥିବା ବେଳେ ସଦସ୍ୟ ଜଗବନ୍ଧୁ, ଜଗଦିଶ, ଶୁଭମ, ତୁଷାର, ଗୁଡ଼ୁ, ଚିନ୍ମୟ, ସନ୍ତୋଷ, ପ୍ରଭାତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ବ୍ରହ୍ମପୁରର ଭେଷଜ କ୍ଲିନିକ ଓ ରାମ ସହଯୋଗ କରିଥିଲେ I ଶେଷରେ ଗ୍ରାମବାସୀ ଉତ୍ସବ ପରିଡା ଧନ୍ୟବାଦ ଦେବା ସହ ଅଞ୍ଚଳବାସୀ ଓ ଗ୍ରାମବାସୀ ରେସ୍ପଣ୍ଡ ଟ୍ରଷ୍ଟ ଏହି ଭଳି କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ