ରେସୱା ଅନୁଷ୍ଠାନ ପକ୍ଷରୁ ମହିଳା ବିରୋଧୀ ହିଂସା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ମନକରପୁରସ୍ଥିତ ରେସୱା ଅନୁଷ୍ଠାନ ପକ୍ଷରୁ ମହିଳା ବିରୋଧୀ ହିଂସା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଲିଆକତ ହୁସେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ଆଇନଜୀବି ରେଣୁବାଳା ସାମଲ ଓ ଶିକ୍ଷାବୀତ ଅଜୟ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସମାଜରେ ମହିଳାମାନେ କିଭଳି ପାରିବାରିକ ହିଂସାର ଶିକାର ହେଉଛନ୍ତି ଏବଂ ଏଭଳି ଘଟଣାର ଶିକାର ହେବା ପରେ କିପରି ସେମାନେ ଏହା ବିରୋଧରେ ଲଢେଇକରି ସମାଜରେ ସୁସ୍ଥ ଭାବରେ ବଂଚିପାରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ପାରିବାରିକ ହିଂସାର ସମ୍ମୁଖିନ ହେଉଥିବା ମହିଳାମାନଙ୍କ ପାଇଁ ଥିବା ଆଇନଗତ ସୁବିଧା ସୁଯୋଗ କିଭଳି ସେମାନେ ପାଇପାରିବେ ଓ ନିଜ ଗୋଡରେ ଛିଡାହୋଇ ଏହାର ବିରୋଧ କରିପାରିବେ ସେ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ । ରେସୱାର ପରିଚାଳିକା ମିନତୀ ମହାରଣା ଅତିଥି ପରିଚୟ ଓ କାଉନସିଲର ପ୍ରମିଳା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରେଣୁଜା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।


