ରୋଟାରୀ ମିଡଟାଉନ୍ ପକ୍ଷରୁ ବିଶ୍ଵ ନିକେତନରେ ଦୀପାବଳି ପାଳନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଆଲୋକର ପର୍ବ ପବିତ୍ର ଦୀପାବଳି ଉତ୍ସବ ବ୍ରହ୍ମପୁର ରୋଟାରୀ କ୍ଲବ ମିଡଟାଉନ ପକ୍ଷରୁ ମହାନ୍ ସଂଘ ଦ୍ୱରା ପରିଚାଳିତ ସହରର ଗୁଡ଼ସସେଡ ରୋଡ ସ୍ଥିତ ବ୍ରହ୍ମପୁର ଶାଖା, ବିଶ୍ବ ନିକେତନ ଜରା ନିବାସରେ ଅନ୍ତେବାସୀଙ୍କ ଗହଣରେ ନିରାଡ଼ମ୍ବର ଭାବେ ପାଳନ ହୋଇଯାଇଛି। ଗୁଡ଼ସସେଡ ବିଶ୍ଵନିକେତନ ଜରା ନିବାସରେ ବେବଳ ନିରାଶ୍ରୟ ମହିଳା ମାନେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କ ସହ ଦୀପାବଳି ଖୁସି ପାଇଁ ରୋଟାରୀ ବ୍ଲକ ମିଡଟାଉନ ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଏହି ଜରା ନିବାସରେ ମହିଳାମାନେ ସବୁଜ ବାଣ ଫୁଟାଇ ଖୁସି ବନାଇଥିବା ବେଳେ ରୋଟାରୀ କ୍ଲବର ସଭାପତି ସମାଜସେବୀ ସୁଶାନ୍ତ କୁମାର ସାବତଙ୍କ ସହ ସମ୍ପାଦକ ସଞ୍ଜୟ ସାବତ, ହରିପ୍ରସାଦ ମଳଣା, ଉପସଭାପତି କୃଷ୍ଣ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଗୋଦାବରୀ ପାତ୍ର, କେ ପ୍ରଭାକର ରାଓ, କେ ଏନ ସୁବୁଦ୍ଧି, ପ୍ରଭାକର ସାହୁ ପ୍ରମୁଖ ଜରା ନିବାସ ଅନ୍ତେବାସୀଙ୍କ ସହ ଯୋଗଦେଇ ପାରମ୍ପପାରିକ ପିଠା ବଣ୍ଟନ କରି ଦୀପ ଜଳାଇ ଖୁସି ବନାଇଥିଲେ। ଏପରି ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ବରିଷ୍ଠ ନାଗରିକଙ୍କ ନିମନ୍ତେ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସଭାପତି ଶ୍ରୀ ସାବତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ