ରୋଡ ଟାକ୍ସ ଛାଡ କଲା ରାଜ୍ୟ ପରିବହନ ବିଭାଗ
ଭୁବନେଶ୍ଵର: ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ତିନି ମାସର ରୋଡ ଟାକ୍ସ ଛାଡ ପାଇଁ ଘୋଷଣା କରାଯାଇଛି। ସମସ୍ତ ଯାତ୍ରୀବାହି ଗାଡିଗୁଡିକ ଲାଗି ରୋଡ ଟାକ୍ସ ଛାଡ ନେଇ ଘୋଷଣା କରାଯାଇଛି। ଲକ ଡାଉନ କାରଣରୁ ଗାଡି ମାଲିକ ମାନେ କ୍ଷତି ସହୁଥିବାରୁ ସରକାରଙ୍କ ନିକଟରେ ଟାକ୍ସ ଛାଡ ପାଇଁ ଦାବି କରାଯାଉଥିଲା। ତେବେ ଏହି ବିଷୟକୁ ସରକାର ବିଚାରକରି ଆଜି ରୋଡ ଟାକ୍ସ ଛାଡ କରିଛନ୍ତି। ଏପ୍ରିଲ, ମେ’ ଏବଂ ଜୁନ ମାସ ପାଇଁ ରୋଡ ଟାକ୍ସ ଛାଡ ହୋଇଥିବାର ସୂଚନା ମିଳିଛି।


