ସୁସ୍ଥ ହେଲେ ଆଉ ୯୦ ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ ଜଣ କରୋନା ଆକ୍ରାନ୍ତ । ତେବେ ଏହି ୯୦ ଜଣକୁ ମିଶାଇ ରାଜ୍ୟରେ ୯୭୭ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ସୂଚନା ଦେଇଛି। ଜଗତସିଂହପୁରରୁ ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧାରୁ ୨, ସମ୍ବଲପୁରରୁ ୨, ବାଲେଶ୍ଵର ଏବଂ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୯୭୭ ଜଣ ଓ ମୃତ୍ୟୁବରଣ କରିଛନ୍ତି ୭ଜଣ। ତେବେ ରାଜ୍ୟରେ ଆକ୍ଟିଭ୍‌ କେସ ୭୩୭ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ