ରୟାଲ ଏନଫିଲଡ ଆରମ୍ଭ କଲା କ୍ରୁଇଜର ମେଟିଓର ୩୫୦
ବ୍ରହ୍ମପୁର,(ୱାଇଏନ୍ଏସ୍): ମଧ୍ୟମ ଆକାରର ମଟରସାଇକେଲ ସେଗମେଣ୍ଟ (୨୫୦cc-୭୫୦cc)ର ବୈଶ୍ୱକ ଅଗ୍ରଣୀ ରୟାଲସ ଏନଫିଲଡ ଶୁକ୍ରବାର ଏହାର ସମ୍ପୂର୍ଣ ନୂତନ ଇଜି କ୍ରୁଇଜର ରୟାଲସ ଏନଫିଲଡ ମେଟିଓର ୩୫୦ର ଶୁଭାରମ୍ଭ କରିଛନ୍ତି | ରୟାଲସ ଏନଫିଲଡ ମେଟିଓର ୩୫୦ର ଶୁଭାରମ୍ଭ ବିଷୟରେ ସୂଚନା ଦେଇ ଆଇଚର ମୋଟର୍ସ ଲିମିଟେଡ଼ର ପରିଚାଳନା ନିର୍ଦେଶକ ସିଦ୍ଧାର୍ଥ ଲାଲ କହିଛନ୍ତି ଯେ ମେଟିଓର ୩୫୦ ହେଉଛି ଏକ ସଂଶୋଧିତ ସହଜ ଓ ଉପଲବ୍ଧ ଯୋଗ୍ୟ କ୍ରୁଇଜର ଏହା ଆଧୁନିକ ସାମର୍ଥ୍ୟ ସହିତ କ୍ଲାସିକ କ୍ରୁଇଜର ଷ୍ଟାଇଲର ଏକ ଆକର୍ଷରଣୀୟ ମିଶ୍ରଣ ଅଟେ| ରୟାଲସ ଏନଫିଲଡ ମେଟିଓର ୩୫୦ କ୍ରୁଇଜର ଏକ ନୂତନ ମାନକ ସୃଷ୍ଟି କରିଛି | ଏହା ଏପରି ଗ୍ରାହକ ମାନଙ୍କ ପାଇଁ ପ୍ରସ୍ତୁତି କରାଯାଇଛି ଯେଉଁ ମାନେ ସହର ମଧ୍ୟରେ ଚଲାଇବା ପାଇଁ ଏକ ଅନନ୍ୟ ମୋଟର ସାଇକେଲ ଚାହାନ୍ତି ଏବଂ ଏଥିସହ ଦୈନନ୍ଦିନ ଚାପରୁ ମୁକୁଳି ଯିବା ପାଇଁ ହାଇୱେକୁ ବାହାରିଯିବା ପାଇଁ ଏକ ଦୃଢ ଗାଡି ଚାହାନ୍ତି |ଶୁକ୍ରବାର ଠାରୁ ଦେଶର ପ୍ରାୟ ୩୫୦ଟି ସହରରେ ୫୬୦ ଡ଼ିଲରସିପରେ ଟେଷ୍ଟ ଡ୍ରାଇଭ ପାଇଁ ମିଟର ୩୫୦ ଉପଲବ୍ଧି ହେବ | ରୟାଲସ ଏନଫିଲଡ ମେଟିଓର ୩୫୦ ମୋଟରସାଇକେଲ ଗ୍ରାହାକଙ୍କୁ ଡେଲିଭେରି ଚଳିତ ନଭେମ୍ବର ୭, ୨୦୨୦ରୁ ଆରମ୍ଭ ହେବ, ଦକ୍ଷିଣ ଓଡିଶାର ବ୍ରହ୍ମପୁର ନିକଟସ୍ତ କନିସି ଠାରେ ଥିବା ପ୍ରତିଷ୍ଠିତ ରୟାଲ ଏନଫିଲଡ ସୋରୁମ ବୈଷ୍ଣବୀ ଅଟୋମୋବଇଲରେ ବିକ୍ରୟ ଆରମ୍ଭ ହୋଇଜାଇଛି |ଏହି ଶୁଭାରମ୍ଭ ଅବସରରେ ବୈଷ୍ଣବୀ ମୋଟର ପକ୍ଷରୁ ଅରୁଣ କୁମାର ନାୟକ, ଅମରେନ୍ଦ୍ର ନାୟକ, ଅନୁଜ କୁମାର ନାୟକ, ଅଶ୍ୱିନ କୁମାର ନାୟକ, ସ୍ୱାଧୀନ ମଲାଣ, ଅଜିତ କୁମାର ନାୟକ, ବାଳକୃଷ୍ଣ ତ୍ରିପାଠୀ, ଆଲୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ବାଇକର ବଜ଼ାର ପ୍ରବେଶ କରାଇ ଥିଲେ |


