ଲୋକଙ୍କୁ ଛୁଇଁଗଲା ରହମାନଙ୍କ ଟ୍ବିଟ୍

ଓସ୍କାର ବିଜେତା ଭାରତୀୟ ସଙ୍ଗୀତକାର ଏ.ଆର.ରହମାନ ବୁଧବାର ସୋସାଲ ମିଡିଆରେ ନିଜର ସମସ୍ତ ପ୍ରଶଂସକଙ୍କୁ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ଅନୁରୋଧ କରିଛନ୍ତି। ସରକାରଙ୍କ ପରାମର୍ଶ ମାନି ନିଜକୁ ଏକାନ୍ତବାସରେ ରଖିବା ଲାଗି ରହମାନ କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଧାର୍ମିକ ସ୍ଥଳରେ ଏକତ୍ର ହୋଇ ଅରାଜକତା ସୃଷ୍ଟି କରିବାର ଏହା ସମୟ ନୁହେଁ। ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ମସଜିଦରେ ଧାର୍ମିକ କାର୍ଯ୍ୟକ୍ରମ ତବଲିଗ ଜମାତ ଦେଶରେ କୋରୋନା ଭାଇରସ ବ୍ୟାପିବାକୁ ବଢ଼ାଇ ଦେଇଛି। ଧର୍ମ ସହିତ ଜଡ଼ିତ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନଜରରେ ରଖି ସେ ଏହି ବୟାନ ଦେଇଛନ୍ତି।
ଏଆର ରହମାନ ନିଜ ଟ୍ବିଟ୍‌ରେ ଲେଖିଛନ୍ତି, ମୋ ପ୍ରିୟ ବନ୍ଧୁମାନେ! ଏହି ସନ୍ଦେଶ ପୂରା ଭାରତର ହସ୍ପିଟାଲ ଓ କ୍ଲିନିକରେ କାମ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ନିଃସ୍ବାର୍ଥପରତା ଓ ବାହାଦୁରୀକୁ ଧନ୍ୟବାଦ ଦେବା ପାଇଁ କରିଛନ୍ତି। ଏହି ଘାତକ ମହାମାରୀର ସାମ୍ନା କରିବାକୁ ସେମାନେ କେତେ ତତ୍ପର ଏହା ଦେଖି ହୃଦୟ ବିଚଳିତ ହୋଇଯାଉଛି। ଆମ ଜୀବନ ବଞ୍ଚାଇବା ଲାଗି ସେମାନେ ନିଜ ଜୀବନ ବିପଦରେ ପକାଉଛନ୍ତି। ଏହା ଆମର ମତଭେଦକୁ ଭୁଲିଯାଇ ଏହି ଅଦୃଶ୍ୟ ଶତ୍ରୁ ବିରୋଧରେ ଏକଜୁଟ ହୋଇ ଲଢ଼େଇ କରିବାର ସମୟ। ଯାହା ସାରା ବିଶ୍ବକୁ ଧ୍ବଂସ୍ତବିଧ୍ବସ୍ତ କରି ସାରିଲାଣି। ଏହା ମାନବିକତା ଓ ଆଧ୍ୟାତ୍ମିକତାକୁ କାମରେ ଆଣିବାର ସମୟ। ନିଜ ପଡ଼ୋଶୀ, ବରିଷ୍ଠ ନାଗରିକ, ସୁବିଧାରୁ ବଞ୍ଚିତ ଲୋକ ଓ ବାହାରୁ ଆସି ରହିଥିବା ଶ୍ରମିକଙ୍କ ସହାୟତା କରନ୍ତୁ ବୋଲି ରହମାନ କହିଛନ୍ତି।
ରହମାନ ଆହୁରି ଲେଖିଛନ୍ତି ଯେ ଈଶ୍ବର ଆପଣଙ୍କ ହୃଦୟର ସବୁଠାରୁ ପବିତ୍ର ସ୍ଥାନରେ ଅଛନ୍ତି। ତେଣୁ ଧାର୍ମିକ ସ୍ଥଳରେ ଏକାଠି ହୋଇ ଅରାଜକତା ସୃଷ୍ଟି କରିବାର ଏହା ସମୟ ନୁହେଁ। ସରକାରଙ୍କ ପରାମର୍ଶ ମାନନ୍ତୁ। କିଛି ଦିନର ଏକାନ୍ତବାସ ଆପଣଙ୍କ ଜୀବନରେ ଆହୁରି ଅନେକ ବର୍ଷ ଯୋଡ଼ିଦେବ। ଭାଇରସକୁ ବ୍ୟାପିବାକୁ ଦିଅନ୍ତୁ ନାହିଁ କିମ୍ବା ଅନ୍ୟ ଲୋକଙ୍କୁ କ୍ଷତି ସହିବାର କାରଣ ପାଲଟନ୍ତୁ ନାହିଁ। ଏହି ରୋଗ ଆପଣଙ୍କୁ ଚେତାବନୀ ଦେବ ଏହି ଯେ ଆପଣ ବାହକ ଅଟନ୍ତି। ତେଣୁ ଆପଣ ଏହା ମଧ୍ୟ ଭାବନ୍ତୁ ନାହିଁ ଯେ ଆପଣ ସଂକ୍ରମିତ ନୁହନ୍ତି। ଏହା ମିଛ ଗୁଜବ ପ୍ରଚାର କରିବା, ଅଧିକ ଚିନ୍ତା ଓ ଡର ସୃଷ୍ଟି କରିବାର ସମୟ ନୁହେଁ। ଦୟାଶୀଳ ଓ ବିଚାରବନ୍ତ ହୁଅନ୍ତୁ। ଆପଣଙ୍କ ହାତରେ ଅନେକ ଲୋକଙ୍କ ଜୀବନ ରହିଛି ବୋଲି ରହମାନ ଟ୍ବିଟ୍ କରି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ