ଲକ୍ଷେ୍ନରେ ହାଇଟେକ୍ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା
ଲକ୍ଷେ୍ନ ନଗର ନିଗମ (ଏଲ୍ଏମ୍ସି) ସହରରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛି । ଏଲ୍ଏମ୍ସି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍(ଆର୍ଏଫ୍ଆଇଡି) ଟେକ୍ନୋଲୋଜି ମାଧ୍ୟମରେ ବାର୍ କୋଡ୍ ବ୍ୟବହାର କରାଯାଇ ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହ କରାଯିବ । ପୁଣେ ନଗର ନିଗମରେ ଏଭଳି ବ୍ୟବସ୍ଥା କରାଯାଇଛି । ଏହା ପରେ ଲକ୍ଷେ୍ନøରେ ଏହାକୁ ଲାଗୁ କରାଯାଉଛି ବୋଲି କହିଛନ୍ତି ନିଗମର ଅଧ୍ୟକ୍ଷ । ୧୦ ଲକ୍ଷ ଟଙ୍କା ବିନିମୟରେ ପୁଣେର ଏକ ଫାର୍ମରୁ ଏହି ଜ୍ଞାନକୌଶଳ ଅଣାଯାଇଛି । ବାର୍ କୋଡ୍ରେ ପ୍ରତ୍ୟେକ ଘରର ଜିପିଏସ୍ ଲୋକେଶନ୍ ରହିବ । ଏହା ଦ୍ୱାରା କଣ୍ଟ୍ରୋଲ ରୁମ୍ରୁ ସହଜରେ ଏହି ବ୍ୟବସ୍ଥାକୁ ପରିଚାଳନା କରିହେବ । ଏଲ୍ଏମ୍ସି ପ୍ରଥମେ ଗୀତାପାଲି ୱାର୍ଡରୁ ଏହି ସ୍ମାର୍ଟ ବ୍ୟବସ୍ଥା ଆରମ୍ଭ କରିବ । ପ୍ରତ୍ୟେକ ଘର ଆଗରେ ଏକ ବାର୍ କୋଡ୍ ଲଗାଯିବ । କର୍ମଚାରୀମାନେ ନିୟମିତ ତାଙ୍କ ସ୍ମାର୍ଟଫୋନରେ ସେହି କୋଡ୍କୁ ସ୍କାନ କରିବେ । ସ୍କାନ କରିବା କ୍ଷଣି ତାହା ଏଲ୍ଏମ୍ସିର କଣ୍ଟ୍ରୋଲ ରୁମ୍ ସେହି ଘରର ଠିକଣା ଜାଣିପାରିବ । ଏହାପରେ ସଫାଇ କର୍ମଚାରୀମାନେ ଘର ନିକଟରେ ପହଞ୍ଚି ବର୍ଜ୍ୟ ସଂଗ୍ରହ କରିପାରିବେ । ଏଲ୍ଏମ୍ସି ଗୀତାପଲ୍ଲୀର ୪୯,୦୦୦ ଘରେ ବାର୍ କୋଡ୍ ଲଗାଯାଇ ପ୍ରଥମେ ବର୍ଜ୍ୟ ସଂଗ୍ରହ କରିିବ । ଏହାପରେ ଲକ୍ଷେ୍ନøର ସମସ୍ତ ୧୧୦ ୱାର୍ଡରେ ସ୍ମାର୍ଟ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା କରାଯିବ । ଏବେ ଏଲ୍ଏମ୍ସି ସହ ଇକୋଗ୍ରୀନ ନାମକ ଘରୋଇ ସଂସ୍ଥା ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହ କରିବା ଲାଗି ଏହାର ୩୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଯେଉଁ କର୍ମଚାରୀଙ୍କର ସ୍ମାର୍ଟଫୋନ ନାହିଁ ତାଙ୍କୁ ଏଲ୍ଏମ୍ସି ବି ସ୍ମାର୍ଟଫୋନ୍ ଯୋଗାଇ ଦେଇଛି । ପ୍ରତିଦିନ କାମ ସରିଲା ପରେ ସେମାନଙ୍କଠାରୁ ସୁପର୍ଭାଇଜର ଫୋନ ଆଣି ଏଲ୍ଏମସିରେ ଜମା ଦେବାକୁ କୁହାଯାଇଛି ।


