ମଥୁରାର ୮ ପଞ୍ଚାୟତରେ ଯୌତୁକ, ଭୋଜି ବନ୍ଦ

ଦେଶରେ ଯୌତୁକ ନିରୋଧୀ ନିୟମ ଲାଗୁ ହୋଇଛି । ଏହାକୁ ଦୂରକରିବା ପାଇଁ ସାମାଜିକ ସ୍ତରରେ ସ୍ୱର ବି ଉଠୁଛି । ଯୌତୁକ ଦେବା ନେବା ଦୋଷାବହ ଓ ଆଇନରେ ଏଥିପାଇଁ ଦଣ୍ଡ ବ୍ୟବସ୍ଥା ରହିଥିଲେ ମଧ୍ୟ ଯୌତୁକ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ଯେମିତି ଚାଲିବା କଥା ଚାଲିଛି । କିନ୍ତୁ ଉତ୍ତରପ୍ରଦେଶର ମଥୁରା ଅଞ୍ଚଳରେ ୮ ପଞ୍ଚାୟତ ଯୌତୁକ ବିରୋଧରେ କଠୋର ନିଷ୍କତ୍ତି ନେଇଛନ୍ତି । ପଞ୍ଚାୟତଗୁଡିକରେ ଏହି ବ୍ୟବସ୍ଥାକୁ ବନ୍ଦ କରିବା ସହ ମଦ ପିଇବା, ଶ୍ରାଦ୍ଧ କିମ୍ବା ମୃତ୍ୟୁ ପରବର୍ତ୍ତୀ କର୍ମାନୁସାରେ ଥିବା ବ୍ୟୟବହୁଳ ଭୋଜି ବ୍ୟବସ୍ଥା ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଟଙ୍କା ଥାଉ କି ନ ଥାଉ ସେହିସବୁ ପଞ୍ଚାୟତଗଡ଼ିକରେ ଲୋକମାନେ କରଜ କରି ଯୌତୁକ ଦେଉଛନ୍ତି କିମ୍ବା ଭୋଜି ଦେବାରେ ବ୍ୟୟ କରୁଛନ୍ତି । କରଜ ଶୁଝିବାରେ ସେମାନଙ୍କୁ ବହୁ ବର୍ଷ ଲାଗିଯାଉଛି । ୮ଟି ପଞ୍ଚାୟତରେ ଏହି କଟକଣା ଲାଗୁ କରାଯିବା ଦ୍ୱାରା ଲୋକମାନଙ୍କ ଉପରେ ଆଉ ଆର୍ଥିକ ବୋଝ ରହିବନି ବୋଲି କହିଛନ୍ତି ସେଠାକାର ଲ୍ୟାଣ୍ଡ୍ ଡେଭେଲପ୍ମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ଚୌଧୁରୀ ଗୋବିନ୍ଦ ସିଂୟ ପଞ୍ଚାୟତରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବା ପରେ ଏହାକୁ ସ୍ୱାଗତ କରି ଅଇମାଲ ପଟ୍ଟିି, ସିଂହ ପଟ୍ଟି, ଶଉଁଖ ଡେହାତ, ଲୋରିହା ପଟ୍ଟି, ନାନୁପଟ୍ଟି ଏବଂ ବଚଗାଁ ଏଥିରେ ସମ୍ମତି ଜଣାଇ ସଙ୍ଗେ ସଙ୍ଗେ ଲାଗୁ କରିଛନ୍ତି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପାଇଁ ପ୍ରତ୍ୟେକ ଗାଁରେ ଏକ ପାଞ୍ଚଜଣିଆ କମଟି ଗଠନ କରାଯିବ ଓ ଏହି କମିଟି ଗ୍ରାମବାସୀଙ୍କ ସହ ଆଲୋଚନା କରି ସାମାଜିକ ସ୍ତରରେ ଥିବା ଏହିି ସମାଜ ବିରୋଧୀ ବ୍ୟବସ୍ଥା ଉପରେ ସଚେତନ କରାଇବ ବୋଲି କହିଛନ୍ତି ଜିଲ୍ଲା ପଞ୍ଚାୟତ ସଦସ୍ୟ ଭରତ ସିଂ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ