ଲକ୍‌ଡାଉନ୍‌କୁ ନେଇ ଗୃହ ବିଭାଗର ନିୟମାବଳୀ ଜାରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟରାତ୍ରରୁ ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମୋଦିଙ୍କ ସମ୍ବୋଧନ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଲକ୍‌ଡାଉନ୍‌ର ନିୟମାବଳୀ ସମ୍ପର୍କିତ ଏକ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ନିୟମାବଳୀକୁ ଟ୍ବିଟ୍‌ କରିବା ସହିତ ଦେଶବାସୀ ଭୟଭୀତ ନହେବା ପାଇଁ ନିବେଦନ କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ସଂଖ୍ୟା ୪୦,୩/୨୦୨୦ରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ନିୟମ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରାଯିବ।
ନିୟମାବଳୀ :
୧. କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ।
ସୁରକ୍ଷା ବଳ ଅଧିକାରୀ, ପ୍ରତିରକ୍ଷା କର୍ମୀ, ପେଟ୍ରୋଲିୟମ୍‌ ମନ୍ତ୍ରାଳୟ, ବିପର୍ଯ୍ୟୟ ପରିଚାଳନା ବିଭାଗ, ଶକ୍ତି ଓ ପରିବହନ ବିଭାଗ ଏବଂ ଜାତୀୟ ସୂଚନା କେନ୍ଦ୍ରକୁ ଏଥିରୁ ବାଦ ଦିଆଯାଇଛି।
୨. ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ କାର୍ଯ୍ୟାଳୟକୁ ବନ୍ଦ ରଖାଯିବ।
ଏହି ତାଲିକାରୁ ବାଦ ବିଭାଗ
କ. ପୋଲିସ୍‌, ହୋମ୍‌ମଗାର୍ଡ, ଅଗ୍ନିଶମ, ବିପର୍ଯ୍ୟୟ ପରିଚାଳନ ବିଭାଗ ଏବଂ ଜେଲ୍‌ ବିଭାଗ
ଖ. ଜିଲ୍ଲା ପରିଚାଳନା ଏବଂ ରାଜସ୍ବ ବିଭାଗ
ଗ. ବିଦ୍ୟୁତ୍‌, ଜଳ ଏବଂ ପରିମଳ ବିଭାଗ
ଘ. ନଗର ପାଳିକାର ଜଳ ଓ ପରିମଳ ବିଭାଗ
୩.ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ସମେତ ବିଭିନ୍ନ ପରୀକ୍ଷଣ କେନ୍ଦ୍ର, ଔଷଧ ଦୋକାନ, ନର୍ସିଂ ହୋମ୍‌ ଏବଂ ଆମ୍ବୁଲାନ୍ସ ସେବା ପୂର୍ବବତ ଜାରି ରହିବ। ଡାକ୍ତରଖାନା କର୍ମୀଙ୍କୁ ନେବା ଆଣିବା ପାଇଁ ଗାଡିକୁ ଅନୁମତି ପ୍ରଦାନ କରାଯିବ।
୪. ବିଭିନ୍ନ ଘରୋଇ ଏବଂ ବ୍ୟବସାୟିକ କାର୍ଯ୍ୟାଳୟ ବନ୍ଦ ରଖାଯିବ।
ଏହି ତାଲିକାରୁ ବାଦ :
କ.ରାସନ ସାମଗ୍ରୀ ଦୋକାନ, କ୍ଷୀର, ମାଛ, ମାଂସ ଦୋକାନ ଖୋଲା ରହିବ। ସେହିପରି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋମ୍‌ ଡେଲିଭରୀର ବ୍ୟବସ୍ଥା କରାଯାଉଛି।
ଖ. ବିଭିନ୍ନ ବ୍ୟାଙ୍କ, ଜୀବନବୀମା କାର୍ଯ୍ୟାଳୟ ଓ ଏଟିଏମ୍‌
ଗ. ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ
ଘ. ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା
ଙ. ପାରା ମେଡିକାଲ୍‌ ସେବା
ଚ. ପେଟ୍ରୋଲ ପମ୍ପ ଏବଂ ଗ୍ୟାସ୍‌ ରିଟେଲ୍‌ ଷ୍ଟୋର୍‌
ଛ. ଶକ୍ତି ବିଭାଗ
ଜ. ଶୀତଳିକରଣ କେନ୍ଦ୍ର
ଝ . ଘରୋଇ ସୁରକ୍ଷା କାର୍ଯ୍ୟାଳୟ
୫. ବିଭିନ୍ନ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ର ବନ୍ଦ ରହିବ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ରାଜ୍ୟ ସରକାରଙ୍କ ନିକଟରୁ ଅନୁମତି ନେଇ କାର୍ଯ୍ୟ କରିପାରିବେ।
୬. ସମସ୍ତ ପ୍ରକାର ପରିବହନ ବ୍ୟବସ୍ଥା ବନ୍ଦ ରଖାଯାଇଥିବା ବେଳେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ, ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ବିଭାଗକୁ ବାଦ ଦିଆଯାଇଛି।
୭. ସମସ୍ତ ହୋଟେଲଗୁଡିକୁ ବନ୍ଦ ରଖାଯିବ। ଯେଉଁ ହୋଟେଲ ବା ଲଜ୍‌ରେ ବିଦେଶୀ ପର୍ଯ୍ୟଟକ ରହିଛନ୍ତି ଅଥବା ହସ୍ପିଟାଲରେ ପରିଣତ କରାଯାଇଛି ତାକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ।
୮. ସମସ୍ତ ଶିକ୍ଷାନୁଷ୍ଠାନ ଏବଂ କୋଚିଙ୍ଗ ସେଣ୍ଟରକୁ ବନ୍ଦ ରଖାଯିବ।
୯. ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖାଯିବ।
୧୦. ସମସ୍ତ ପ୍ରକାରର ସାମାଜିକ ,ରାଜନୈତିକ, ଧାର୍ମିକ କଟକଣା ଉପରେ ରୋକ୍‌ ଲଗାଯାଇଛି।
୧୧. ଶବଦାହ ସମୟରେ ୨୦ ରୁ ଅଧିକ ଲୋକଙ୍କ ଉପସ୍ଥିତି ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ।
୧୨. ଫେବୃୟାରୀ ୧୫ ପରେ ବିଦେଶରୁ ଆସିଥିବା ସମସ୍ତ ବ୍ୟକ୍ତି ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସମ୍ପର୍କ କରିବେ ଅନ୍ୟଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ