୧୫ କୋଟି ଟଙ୍କାର ମାସ୍କ ଜବତ କଲା ମୁମ୍ବାଇ ପୋଲିସ୍
ମୁମ୍ବାଇ : ୧୫ କୋଟି ଟଙ୍କାର ମାସ୍କ ଜବତ କରିଛି ମୁମ୍ବାଇ ପୋଲିସ୍ । ମଙ୍ଗଳବାର ମୁମ୍ବାଇ ପୋଲିସ୍ ପକ୍ଷରୁ ୨୫ ଲକ୍ଷ ମାସ୍କ ଜବତ କରାଯାଇଛି । ମଙ୍ଗଳବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କଳାବଜାର କରାଯାଇ ଏହି ମାସ୍କ ଗୁଡିକୁ ବାହାରେ ବିକ୍ରି ପାଇଁ ନିଆଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ମାସ୍କ ଗୁଡିକ ମଧ୍ୟରେ ୩ ଲକ୍ଷ ୨୫ ହଜାର ଏନ୍-୪୯ ମାସ୍କ ରହିଥିବା ଜଣାପଡିଛି । ମାସ୍କ କଳାବଜାର ନେଇ ସୂଚନା ମିଳିବା ପରେ କମିଶନର ପରବ ବୀର ସିଂଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇ ମୁମ୍ବାଇ ଏବଂ ଥାନେର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି ।


