କରୋନାର ମୁକାବିଲା ପାଇଁ ଖଜୁରୀପଲ୍ଲୀ ଓ କଣଭାଗ ଗ୍ରାମ ପରିବେଶ ସଫେଇ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):କରୋନା ରୋଗରୁ ମୁକ୍ତି ପାଇବା ଓ ଆଗାମୀ ବର୍ଷା ଦିନକୁ ଆଗରେ ରଖି ଦୁଇ ପଂଚାୟତର ଦୁଇ ଗ୍ରାମବାସୀ ମିଳିତ ଭାବେ ପ୍ରଥମ ପଦକ୍ଷେପ ସ୍ଵରୂପ ଇଣ୍ଗିନାଠି ପଂଚାୟତର କଣଭାଗ ଓ ତନରଡା ପଂଚାୟତର ଖଜୁରୀପଲ୍ଲୀ ଗ୍ରାମବାସୀ ଲତାବୁଡା ଓ ଅଳିଆ ଆବର୍ଜନା ସଫା କରିଛନ୍ତି .ଦୁଇ ଗ୍ରାମର ଯୁବକ ମାନେ ସକାଳ ୬ ଘଂଟା ଠାରୁ ହାତରେ କୋଡି ସୁଁରା ଧରି ଦିବା ୧୨ ଘଂଟା ପର୍ଯ୍ୟନ୍ତ ଦୁଇ ଗ୍ରାମର ମୁଖ୍ୟ ରାସ୍ତା ;ନଦୀ ହୁଡା ;ବାରିପଦା ;ଓ ଅନ୍ୟାନ୍ୟ ପାର୍ଶ୍ଵ ରାସ୍ତା ସଫା କରିଥିଲେ .ଆଗାମୀ ଦିନରେ କରୋନା ମହାମାରୀର ଭୟାବହତାକୁ ଆଖି ଆଗରେ ରଖି ସମସ୍ତେ ମାସ୍କ ବ୍ୟବହାର କରିବା ;ପରିବେଶକୁ ପରିଷ୍କାର ରଖିବା ;ଅତି ଜରୁରୀ ନଥିଲେ ବାହାରକୁ ନବାହାରିବା ଉପରେ ଗୁରୁତ୍ୟୁ ଦିଆ ଯାଇଛି .ଦୁଇ ଗ୍ରାମର ପ୍ରାୟ ୪୦ ଜଣ ଯୁବକ ଉକ୍ତ ସଫେଇ କାର୍ଯ୍ୟ ରେ ଯୋଗ ଦେଇଥିଲେ .ଗ୍ରାମର ବୟୋଜେଷ୍ଠ ବ୍ୟକ୍ତି ମାନେ ମଧ୍ୟ ଯୁବକ ମାନଂକୁ ଉଛାହୀତ କରିଥିଲେ .ଏହି ଦୁଇ ଗ୍ରାମକୁ କରୋନା ମୁକ୍ତ ରଖିବା ପାଇଁ ଦୀପକ ପଣ୍ଡା, ମାନସ ;ଦୀପୁ ;ନାରାୟଣ ;ରିଙ୍କୁ ;ପ୍ରହ୍ଲାଦ ;ଜିତୁ ;କାନ୍ହା ;ବବ୍ଲୁ ;ଶିବୁ ସମେତ ଅନ୍ୟମାନେ ସଫେଇ କାମରେ ଭାଗନେଇଥିଲେ .ଆଗାମୀ ଦିନରେ ଦୁଇ ଗ୍ରାମରେ ବ୍ଲିଚିଙ୍ଗ ଛିଞ୍ଚନ୍ ସହ ବିଶୋଧନ କରିବା ପାଇଁ ଯୋଜନା ରହିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ