ଲାଲବାହିନିର ଲାଲ ଆତଙ୍କ
ଭବାନୀପାଟଣା , (ଯୁଗାବ୍ଦ ନ୍ୟୁଜ) : ମାଓବାଦି ଯେମିତି ନୃସଂସ ହୋଇ ଉଠିଛି । ହତ୍ୟା ପରେ ହତ୍ୟା କରି ପୁଲିସ କରୁଛି ଖୋଲା ଚ୍ୟାଲେଞ୍ଜ । ୧୨ଘଣ୍ଟା ମଧ୍ୟରେ ହୋଇଛି ଦ୍ୱିତୀୟ ନରସଂହାର । ଗତକାଲି ପାହାଡପଦରର ସାପ୍ତାହିକ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ହତ୍ୟା କରିଥିଲା ଲାଲବାହିନୀ । ତାର ୬ଘଣ୍ଟା ପରେ ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବାବୁପଦର ଗାଁର ଭୀମ ଦୋରାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦି । ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବାବୁପଦରର ଭୀମ ଦୋରା(୪୬) ଖାଇପିଇ ପରିବାର ସହିତ ଘରେ ଶୋଇଥିବା ବେଳେ ବାହାରପଟୁ କବାଟର ଠକ୍ଠକ୍ ଆବାଜ ଆସିଥିଲା । ଆବାଜ ଶୁଣି ଭୀମର ନିଦ ଭାଙ୍ଗି ଯାଇଥିଲା । କବାଟ ଖୋଲିବାରୁ ଦେଖିଲା ଚାରିଜଣ ସଶସ୍ତ୍ର ମାଓବାଦି ଭୀମକୁ ବାହାରକୁ ଯିବା ପାଇଁ କହିଥିଲା । ଭୀମ ଦୋରା ମନା କରିଥିଲା । ଜୋର ଜବରଦୋସ୍ତି ମାଓବାଦି ମାନେ ଉଠାଇ ଆଣିଥିଲେ ଗାଁରୁ ୧୦୦ମିଟର ଦୁରକୁ । ପରିବାର ଲୋକେ କାକୁତି ମିନତି କରିଥିଲେ ସୁଦ୍ଧା ଶୁଣିଲେନି ମାଓବାଦି । ଗାଁ ମୁଣ୍ଡକୁ ନେଇ ଗୁଳିକରି ହତ୍ୟା କରି ଚାଲିଯାଇଥିଲେ । ଶବ ପାଖରେ ଛାଡି ଯାଇଥିଲେ ଏକ ସାଧା କାଗଜରେ ଲେଖା ।ସେହି ଲେଖା ଅନୁସାରେ ୨୦୧୬ ମସିହାରେ ଗୁଣ୍ଡାରାଶି ପାହାଡରେ ମାଓବାଦିଙ୍କ ଶିବିର ଚାଲୁଥିବା ବେଳେ ପୁଲିସକୁ ଖବର ଦେଇ ଆକ୍ରମଣ କରାଇଥିଲା । ସେଥିପାଇଁ ଭୀମା ଦୋରାକୁ ହତ୍ୟା କରାଯାଇଛି ବୋଲି ପୋଷ୍ଟରରେ ଦର୍ଶା ଯାଇଛି । ଏହା କଳାହାଣ୍ଡି ଏରିଆ କମିଟି ସିପିଆଇ ମାଓବାଦି ବୋଲି ପୋଷ୍ଟରରେ ଦର୍ଶା ଯାଇଛି । ଦୁଇଟି ନରସଂହାର ପରେ ଅଞ୍ଚଳରେ କୋକୁଆ ଭୟ ଛାଇ ହୋଇ ରହିଯାଇଥିବା ବେଳେ ଭୟର ବାତାବରଣ ସୃଷ୍ଟି ହୋଇଛି । ପାହାଡପଦର ଓ ବାବୁପଦରରେ ଶୋକର ଛାୟା ଖେଳିଯାଇଛି । ଭୀମ ଦୋରାର ମୃତ୍ୟୁ ପରେ ଆଜି ସକାଳ ୮ଟାରେ ବିଶ୍ୱନାଥପୁର ପୁଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତକରି ବ୍ୟବଛେଦ ପାଇଁ ଲାଞ୍ଜିଗଡ ନେଇଯାଇଥିଲା ଓ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା । ଏପଟେ ଗତକାଲି ଦିନ ୧୨ଟାରେ ପାହାଡପଦର ବଜାରରେ ମାଓବାଦିଙ୍କ ଗୁଳିରେ ରାଜେନ୍ଦ୍ର ସାହୁ ମୃତ୍ୟୁ ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳକୁ ପହଞ୍ଚୀ ପାରିନଥିଲା । ଦିନ ତମାମ ଓ ରାତିସାରା ସଂପର୍କିୟ ମାନେ ଶବକୁ ଜଗି ରହି ପୁଲିସକୁ ଅପେକ୍ଷା କରିଥିଲେ । ଆଜି ସକାଳୁ ପୁଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିବା ପରେ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଯାଇଛି । ମୃତ୍ୟୁ ହୋଇକି ୨୪ଘଣ୍ଟା ପରେ ରାଜେନ୍ଦ୍ର ସାହୁ ମୃତ ଦେହର ଶବ ବ୍ୟବଛେଦ ହୋଇପାରିଛି । ଏହି ଦୁଇଟି ଘଟଣା ଘଟିବା ପରେ ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳ ଏକ ପ୍ରକାର ଷ୍ପଦ୍ଧ ପାଲୋଟି ଯାଇଛି । ୧୨ଘଣ୍ଟା ମଧ୍ୟରେ ମାଓବାଦି ମାନେ ଦୁଇଟି ନରସଂହାର କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ପୁଲିସର ଆଗାମି କାର୍ଯ୍ୟପନ୍ଥା କଣ ରହିବ ଦେଖିବାକୁ ବାକି ରହିଲା ।


