ଫସଲ ବୀମା ରାଶି ଦାବିରେ ପଦଯାତ୍ରା
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : ଫସଲ ବୀମା ରାଶି ଦାବିରେ କଳାହାଣ୍ଡି ଗୋଳମୁଣ୍ଡା ବ୍ଲକ ର ଚାରିଗୋଟି ପଞ୍ଚୟତ ର ଶତାଧିକ ଚାଷୀମାନେ ଗୋଳମୁଣ୍ଡା ଠାରୁ ଧର୍ମଗଡ ୨୦ କିଲୋମିଟର ପର୍ୟ୍ୟନ୍ତ ଚାଷୀ ସ୍ୱାଭିମାନ ପଦଯାତ୍ରା ବାହାରି ଏକ ଦାବିପତ୍ର ଉପ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିବେ । ଗତବର୍ଷ ଗୋଳମୁଣ୍ଡା ବ୍ଲକ ର ଚାରି ପଞ୍ଚୟତ ଗଣ୍ଡମେର,ଉଡେଶୃଙ୍ଗ, ବୋରଗୁଡା ଓ ଗୋଳମୁଣ୍ଡା ପଞ୍ଚୟତ ଫସଲ ବୀମା ରୁ ବାଦ ପଡିଥିବା କୁ ନେଇ ଚାଷୀ ନେତା ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଏହି ପଦ ଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରା ରେ ଶତାଧିକ ପୁରୁଷ ଓ ମହିଳା ଚାଷୀ ମାନେ ରହି ଦାବି ଜଣାଇବେ।


