ଲିଙ୍ଗଗତ ସଚେତନତା ତାଲିମ କାର୍ଯ୍ୟକ୍ରମ
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ଫକୀରମୋହନ ବିଶ୍ୱବିଦ୍ୟାଳୟ ତରଫରୁ ‘ଜେଣ୍ଡର ସେନସିଟାରଜେସନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ନାତକ ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁଭେନ୍ଦୁ କୁମାର ଦେ ଏବଂ ଉପ-ରେଜିଷ୍ଟର ଅଧିକାରୀ ପ୍ରଫେସର ବିଷ୍ଣୁ ପ୍ରସାଦ ଦାସ ଯୋଗ ଦେଇଥିଲେ । ଆନୁଷ୍ଠାନିକ ସଚିବ ଡଃ ପଦ୍ମଳିତା ରାଉତରାୟ କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଏବଂ ଅତିଥି ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଫୁଲୱାମା ଆକ୍ରମଣରେ ଅମର ସହିଦ ଯବାନଙ୍କ ସ୍ୱର୍ଗପ୍ରାପ୍ତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ଶୋକ ପ୍ରାର୍ଥନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ସମ୍ମାନିତ ଅତିଥି ପ୍ରଫେସର ସୁର୍ଯେନ୍ଦୁ କୁମାର ଦେ ଏବଂ ପ୍ରଫେସର ବିଷ୍ଣୁ ପ୍ରସାଦ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ବାଣିଜ୍ୟ ବିଭାଗ ଅଧ୍ୟାପିକା ଜ୍ୟୋତିରାଣୀ ଗୁପ୍ତା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆରମ୍ଭ ଜନସଂଖ୍ୟା ଅଧ୍ୟୟନ ବିଭାଗର ଅଧ୍ୟାପକ ଡଃ ନିହାର ରଂଜନ ରାଉତ ‘ଓଡିଶାରେ ମହିଳାଙ୍କ ଅବସ୍ଥା ଏବଂ ବାଳିକା ଓ ମହିଳା ନୀତି – ୨୦୧୪’ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ ।